pr

ୟୁପି.ରେ ଏବେ ଲୁଣ ଘୋଟାଲା : ମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କୁ ପଚରା ଉଚୁରା ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

dr. purohit

ଲଖନୋ : ଖାଦ୍ୟ ଏବଂ ଆପୂର୍ତ୍ତି ବିଭାଗରେ ଲୁଣ ସପ୍ଲାଏ ପାଇଁ ଠିକା ଦିଆଯିବା ନାମରେ କୋଟି କୋଟି ଟଙ୍କାର ହେର୍‌ଫେର୍‌ ହୋଇଥିବା ଘଟଣାରେ ପଶୁଧନ ରାଜ୍ୟମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କ ଉପରେ ସଂଦେହ ସୃଷ୍ଟି ହୋଇଥିବା ବେଳେ ସୂଚନା ସଂଗ୍ରହ ପାଇଁ ରାଜ୍ୟମନ୍ତ୍ରୀ ଶ୍ରୀ ନିଷାଦଙ୍କୁ ପୁଲିସ ପଚରା ଉଚୁରା କରିବ । ଉତ୍ତର ପ୍ରଦେଶରେ ପଶୁଧନ ଘୋଟାଲା ପରେ ଅଧିକାରୀ ଓ ମନ୍ତ୍ରୀଙ୍କ ମିଲିଭଗତ୍‌ରେ ଆଉ ଏକ ଘୋଟାଲା ଏବେ ସାମ୍ନାକୁ ଆସୁଥିବା କୁହାଯାଇଛି । ତେବେ ରାଜ୍ୟମନ୍ତ୍ରୀ ଜୟ ପ୍ରକାଶ ନିଷାଦଙ୍କୁ ପଚରା ଉଚୁରା କରିବା ନିମନ୍ତେ ନୋଟିସ୍‌ ପଠେଇବାର ପ୍ରସ୍ତୁତି କରୁଛି ପୁଲିସ । ମନ୍ତ୍ରୀଙ୍କୁ ପଶୁଧନ ହେର୍‌ଫେର୍‌ରେ ଏସିପି ଗୋମତୀ ନଗର ପଚରା ଉଚୁରା କରି ସାରିଛନ୍ତି । ଏହି ଦୁଇ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ରାୟଙ୍କ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜବର୍‌ଦସ୍ତ ଆସିବା ଯିବା ରହିଥିଲା । ପୁଲିସକୁ ସଂଦେହ ଅଛି ଯେ, ଏହି ନୂଆ ଘୋଟାଲା ସଂପର୍କରେ ମନ୍ତ୍ରୀଙ୍କୁ ଜଣାଥିବ । ଏହା ପୂର୍ବରୁ ୟୁପି.ର ପଶୁପାଳନ ବିଭାଗରେ ଅଟା ସପ୍ଲାଏ ନାମରେ ହେର୍‌ଫେର୍‌ ହୋଇଛି । ଏଥିରେ ଗୁଜରାଟର ବ୍ୟବସାୟୀ ନରେନ୍ଦ୍ର ପଟେଲ ଏଫଆଇଆର୍‌ ଦର୍ଜ କରିଥିଲେ ।

nrusinghnath
Leave A Reply

Your email address will not be published.