oom

କନ୍ଧମାଳର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ସଦର ମହକୁମାରେ ରହି ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ମାସ ୧୦ରୁ ୧୪ ଯାଏ ପାଣିପାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପବନ ସହ ବଜ୍ରପାତ ଆଶଙ୍କା ଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ସିଡିପିଓଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ଛୁଟି ବାତିଲ କରିଛନ୍ତି । ସମସ୍ତେ ନିଜ ନିଜନିଜର ସଦର ମହକୁମାରେ ଉପସ୍ଥିତ ରହି ବର୍ଷା ଓ କ୍ଷୟ କ୍ଷତି ଉପରେ ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଅବମାନନା କଲେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏନେଇ କନ୍ଧମାଳ ଜିଲ୍ଲାପାଳ ଚିଠି ନଂ.୨୧୪/୧୦/ ୦୬/୨୧ରେ ଜାରି କରିଥିବା ଜଣାପଡିଛି । ସମ୍ଭାବ୍ୟ ବର୍ଷା, ଓ ବନ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ବିଷୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

jittmm
Leave A Reply

Your email address will not be published.