ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ନାଟ୍ୟକାର ଅଟଳ ବିହାରୀ ପଣ୍ଡା ଓ ଆଦର୍ଶ ଶିକ୍ଷକ ସାରସ୍ୱତ ସାଧକ “ଆଧ୍ୟାତ୍ମ-ବାହିନୀ”ର ସଂପାଦକ ସାଇ ଭକ୍ତ ଚୈତନ୍ୟ ଦାଶ ଠାକୁରଙ୍କ ବିୟୋଗରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଉପ-ସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତା, ସଂପାଦକ ଡ. ଅଶୋକ ସେଠୀ, ରାଜ୍ୟ ସଂପାଦକ ଧର୍ମବ୍ରତ ରଥ, ସତ୍ୟବନ୍ତ ବେଦବାକ, ଡ. ଭବାନୀ ଶଙ୍କର ପଟେଲ, କପିଳ ପତି, ମଦନ ମୋହନ ରଥ, ରତ୍ନମୟ ତ୍ରିପାଠୀ, ରାମଚନ୍ଦ୍ର ପଟେଲ, ଦିବାକର ହୋତା, ଚୁଡେନ୍ଦ୍ର ବେହେରା, ଅରୁଣ ଖୁଆସ, କସ୍ତୁରୀ ରଥ ଓ ମାଳତି ଉଦ୍‌ଗାତା ପ୍ରମୁଖ ୱେବ ସଂଯୋଷ୍ଠି ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.