ଚଟୁଅନକା ମାଝିପଡାରେ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସବୁଠି ତାଲାବନ୍ଦ ଥିବା ସତ୍ୱେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ମାଝିପଡା ଠାରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଘର ଘର ବୁଲି କରୋନା ସଚେତନତା କରିଥିଲେ । ଏହି ଅବସରରେ ଶ୍ରୀ ଦାଶ ଲୋକମାନଙ୍କୁ ବିଶେଷ କରି ମାଆମାନଙ୍କୁ ପରିଷ୍କାର ପରିଚ୍ଛନତା ରହିବା, ବାରମ୍ବାର ସାବୁନରେ ହାତ ଧୋଇବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଶ୍ରୀ ଦାଶ ସମସ୍ତଙ୍କୁ ମାସ୍କ ଦେଇଥିଲେ ଏବଂ ଅଙ୍ଗନବାଡ଼ି ‘ଖ’ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଶିଶୁମାନଙ୍କୁ ମାସିକ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଈନ୍ଦୁମତି ମାଝୀ, ଥମିର ଛତ୍ରିଆ ସହଯୋଗ କରିଥିଲେ ।

Leave A Reply

Your email address will not be published.