jsm

ପାଇକମାଳରେ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଠାରେ ସୋମବାର ଜୁହାର ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଇଥିବା ଦଶ ଗୋଟି ଅକ୍ସିଜେନ ସିଲିଣ୍ଡରକୁ ଲୋକଙ୍କର ସେବାପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାରର ଆନୁକୂଲ୍ୟରେ ଜୁହାର ଫାଉଣ୍ଡେସନ ତରଫରୁ ପାଇକମାଳକୁ ପ୍ରଦାନ କରାଯାଇଛି । ସୋମବାର ପାଇକମାଳ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିବା ଏକ ଭରଚୁଆଲ ମିଟିଂରେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ସୁଶାନ୍ତ ସିଂ ଜୁହାର ଫାଉଣ୍ଡେସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ଫାଉଣ୍ଡେସନର ସମସ୍ତ କର୍ମକର୍ତା ମାନଂକୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଡା. ଶ୍ରୀଧର ପ୍ରଧାନ ଫିତା କାଟି ଉଦଘାଟନ କରିଥିବା ବେଳେ ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ଓ ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଭରଚୁଆଲ ମିଟିଂରେ ପାଇକମାଳ ବିଡ଼ିଓ ସୁରେନ୍ଦ୍ର ମେହେର, ଜୁହାର ଫାଉଣ୍ଡେସନର ପ୍ରତ୍ୟୁଷ ପଣ୍ଡା, ସତ୍ୟ ମେହେର, ଦୀପକ ପୂଜାରୀ, ତହସିଲଦାର ମନୋଜ ମେହେର, ଏବିଡ଼ିଓ ଭୀଷ୍ମ ଦେବ ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ, ହୀରାଲଲ ମିଶ୍ର, ଯୁବାମଞ୍ଚର ସୁମିତ ଅଗ୍ରୱାଲ, ପ୍ରମୁଖ ଯୋଗ ଦେଇଥିଲେ । ଯୁବାମଞ୍ଚକୁ ଏହାର ସମସ୍ତ ଦାୟୀତ୍ୱ ଅର୍ପଣ କରାଯାଇଛି । ଏହାକୁ ପାଇକମାଲର ବୁଦ୍ଧିଜୀବି ମାନେ ସ୍ୱାଗତ କରିବା ସହ ପ୍ରଶଂସା କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.