jayashree

ଆସାମରେ ପୁଣି ଭୂକମ୍ପ : ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧

ଆସାମ : ଆସାମରେ ପୁଣିଥରେ ରବିବାର ଦିନ ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା । ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୩ ମିନିଟ୍ରେ ଭୂପୃଷ୍ଠରୁ ୧୬ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା । ଏପର୍ୟ୍ୟନ୍ତ ଭୂକମ୍ପ ଯୋଗୁଁ ଧନଜୀବନ ହାନି ହେବାର ଖବର ମିଳିନାହିଁ ।

Leave A Reply

Your email address will not be published.