jsm

ଜୁନିୟର ରେଡକ୍ରସର ହରିଶଙ୍କରଠାରେ ଜୀବେଦୟା କାର୍ଯ୍ୟକ୍ରମ

csstore

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ତାଲାବନ୍ଦ ସମୟରେ ମଣିଷ ସମେତ ଜୀବଜନ୍ତୁ ମଧ୍ୟ ଖାଇବାକୁ ନପାଇ ଭୋକଉପାସରେ ରହିବାର ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହରିଶଙ୍କରଠାରେ ମାଙ୍କଡମାନେ ମଧ୍ୟ ଖାଇବାକୁ ପାଉନଥିବାର ସୋସିଆଲ ମିଡିଆରେ ଜାଣିବା ପରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବୁଦ୍ଧ ପୂର୍ଣ୍ଣମୀରେ କିଛି ଶୁଭେଚ୍ଛୁଙ୍କ ସାହାଯ୍ୟରେ ହରିଶଙ୍କର ଯାଇ ଖାଦ୍ୟ ଦେଇଥିଲେ ଏବଂ ସୋସିଆଲ ମିଡିଆରେ ମାଙ୍କଡମାନଙ୍କୁ ଖାଇବାକୁ ଦେବାକୁ ଅନୁରୋଧ କରିଥିଲେ ।ଶ୍ରୀ ଦାଶଙ୍କ ଅନୁରୋଧରେ ଅନେକ ଦୟାଳୁବ୍ୟକ୍ତି ମାଙ୍କଡମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଆଗଭର ହୋଇଛନ୍ତି । ଆଜି କଣ୍ଟାବାଞ୍ଜିର ପ୍ରକୃତିବନ୍ଧୁ ସୂର୍ୟ୍ୟକାନ୍ତ ରଣା, ଶିକ୍ଷକ ଓ ବେଲପଡାର ସମାଜସେବୀ ହଲୁ ସୁନା ଶ୍ରୀ ଦାଶଙ୍କୁ ଯୋଗାଯୋଗ କରି ଖାଦ୍ୟ ପାଇଁ ଆର୍ଥିକ ସାହାଯ୍ୟ ଦେଇଥିଲେ । ଶ୍ରୀ ଦାଶ ସମେତ ବିବେକାନନ୍ଦ ରାୟ, ଥମିର ଛତ୍ରିଆ, ରାକେଶ ସେଠ ଗୋଟିଏ ଗାଡ଼ିରେ ତରଭୁଜ, କଦଳୀ, ପାଉରୁଟି, ଚଣା, ବାଦାମ, ବିସ୍କୁଟ ଆଦି ଖାଇବା ଦ୍ରବ୍ୟ ନେଇ ମାଙ୍କଡ, କୁକୁର ଓ ଗାଇମାନଙ୍କୁ ଦେଇଥିଲେ । ଶ୍ରୀ ଦାଶ ଖାଦ୍ୟ ଦେଉଥିବା ବ୍ୟକ୍ତିମାନଙ୍କୁ ସାଧୁବାଦ ଦେବା ସହିତ ଅନ୍ୟମାନଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ ।

yuvodaya
Leave A Reply

Your email address will not be published.