ଜାତୀୟ ରାଜପଥ ଉପରେ ସ୍ପିଡ୍‌ ବ୍ରେକର : ପୂର୍ବ ସୂଚନା ଦିଆଯାଇ ନ ଥିବାରୁ ଦୁର୍ଘଟଣା ଆଶଙ୍କା ବଢୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ନିକଟରେ କିଛି ଦିନ ହେଲା ଦୃତ ଗତିରେ ଯିବା ଆସିବା କରୁଥିବା ଯାନର ଗତିକୁ କମ୍‌ କରିବା ପାଇଁ ରାସ୍ତା ଉପରେ ସ୍ପିଡ୍‌ ବ୍ରେକର ବା ହମ୍ସ ଦିଆଯାଇଛି । ଯଦିଓ ବସ୍‌ଷ୍ଟେସନ ଓ ଜନଗହଳି ସ୍ଥାନରେ ଦିଆଯିବା ଉଚିତ କିନ୍ତୁ ଜିଲ୍ଲା ଓ ରାଜ୍ୟ ବାହାରରୁ ଆସୁଥିବା ଯାନବାହାନଗୁଡ଼ିକ ହମ୍ସ ଥିବା ଜାଣି ପାରୁ ନ ଥିବାରୁ ହଠାତ ହମ୍ସରେ ପିଟି ହେଉଥିବାରୁ ବହୁତ ଶବ୍ଦ ହେଉଛି ଓ ଯାନ୍ତ୍ରୀକ ତୃଟି ମଧ୍ୟ ହେବା ସମ୍ଭବନା ଅଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେଓଗାଁ ବଙ୍ଗଳା ଛକରେ । ଫଳରେ ଆଗକୁ ନିଶ୍ଚିତ ବିପଦର ଆଶଙ୍କା କରାଯାଉଛି । ହମ୍ସ ଦେବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ କିନ୍ତୁ ହମ୍ସର ନିର୍ଦ୍ଧାରିତ ଦୂରତାରୁ ଗାଡ଼ି ଚାଳକକୁ ହମ୍ସ ଥିବା ସୂଚନା ଦିଆଯିବା ଆବଶ୍ୟକ ବୋଲି ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଦେଓଗାଁରୁ ଦେଓଗାଁ ଡାକ ବଙ୍ଗଳା ମଧ୍ୟରେ ବିଭିନ୍ନ ସ୍ଥାନରେ ନୂଆଁ ବିପଦ ଆଣିବା ସମ୍ଭାବନା ଅଛି । ତେଣୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ହମ୍ସକୁ ଚିହ୍ନଟ କରିବା ପାଇଁ ତୁରନ୍ତ ସାଇନ ବୋର୍ଡ଼ ସହ ହମ୍ସ ଉପରେ ନିୟମ ମୁତାବକ ଧଳା ଚିହ୍ନ ଦେବାକୁ ପଥିକ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.