ଆଶ୍ୱସ୍ତ ଆକଳନ : ୨୪ ଘଣ୍ଟାରେ ୨ ଲକ୍ଷରୁ କମ୍ ମାମଲା, ସଂକ୍ରମଣ ହାର କମିବା ସହ ସୁସ୍ଥତା ହାର ମଧ୍ୟ ଉନ୍ନତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସକାଳେ କରୋନା ସଂକ୍ରମଣ ବିଷୟରେ ପ୍ରକାଶ କରିଥିବା ତଥ୍ୟ କିଛି ମାତ୍ରାରେ ଆଶ୍ୱସ୍ତ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇନାହିଁ ବରଂ କରୋନା କାରଣରୁ ମୃତ୍ୟୁହାରରେ ମଧ୍ୟ କିଛି ହ୍ରାସ ଘଟିଛି । ଏହା ସହିତ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରୁ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ଉନ୍ନତ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯୬ ହଜାର ୪୨୭ ନୂତନ ମାମଲା ଆସିଛି । ଦୀର୍ଘ ସମୟ ବ୍ୟବଧାନ ପରେ ଦୈନିକ ସଂକ୍ରମିତ ସଂଖ୍ୟା ୨ ଲକ୍ଷରୁ ତଳକୁ ଖସି ଆସିଛି । ଏହାପୂର୍ବରୁ, ଏପ୍ରିଲ ୧୪ ରେ ୧ ଲକ୍ଷ ୮୪ ହଜାର ମାମଲା ଆସିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୩୫୧୧ ରୋଗୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଏହା ଏକ ଆଶ୍ୱସ୍ତ ବିଷୟ ଯେ ଏହି ସମୟ ମଧ୍ୟରେ, ନୂତନ ରୋଗୀଙ୍କ ଅପେକ୍ଷା ସଂକ୍ରମଣରୁ ମୁକ୍ତ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୧.୩୦ ଲକ୍ଷ ଅଧିକ । ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୨୬ ହଜାର ୮୫୦ ରୋଗୀ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.