oom

କରୋନା ସଂବନ୍ଧିତ ମୃତ୍ୟ ସଂପର୍କରେ ସଠିକ ତଥ୍ୟ ଦେବା ସହ କୋସଲାଂଚଳର ପ୍ରତି ଘରକୁ କରୋନା କିଟସ୍‌ ଯୋଗାଇ ଦେବାକୁ ତଥା କୋସଲାଂଚଳରେ ଅଧିକ ଚିକିତ୍ସା ବ୍ୟବସ୍ଥା କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିଯୋଗ ହେଉଛି ଯେ କରୋନା ଓ କରୋନା ଜନୀତ ମୃତ୍ୟୁ ସଂପର୍କିତ ସଠିକ୍‌ ତଥ୍ୟ ସରକାର କିମ୍ବା ପ୍ରଶାସନ ଦେଉନାହାନ୍ତି । ବାସ୍ତବରେ କୋସଳାଂଚଳରେ ପ୍ରକାଶିତ ତଥ୍ୟରୁ ବହୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଏହା ଛଡା ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଯେତେ ତଥ୍ୟ ପ୍ରଦାନ କରାଯାଇଛି ବାସ୍ତବରେ କୋଭିଡ୍‌ ହସପିଟାଲମାନଙ୍କରେ ସେଭଳି ବ୍ୟବସ୍ଥା ହେଉନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛି । ଏହା ମଧ୍ୟରେ ବଲାଙ୍ଗିର କୋଭିଡ୍‌ ଡାକ୍ତରଖାନାରେ ଅବ୍ୟବସ୍ଥା ସଂପର୍କରେ ଏକ ଭିଡଓ ମଧ୍ୟ ଭାଇରାଲ ହୋଇଛି । ଯେଉଁ ଥିରେକି ରୋଗୀଙ୍କୁ ଅକ୍‌ସିଜେନ ଦେବାକୁ କେହିନଥିବାର ଦର୍ଶାଯାଇଥିଲା । ତେଣୁ ଚିକିତ୍ସା ସଂପର୍କରେ କେବଳ ପରିସଂଖ୍ୟାନ ନ ଦେଇ କୋଭିଡ୍‌ ଆକ୍ରାନ୍ତଙ୍କୁ କିଭଳି ଅକ୍‌ସିଜେନ, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କ ପାଖରେ କୋସଲ ରାଜ୍ୟ ସମନ୍ୱୟ ସମିତି ଦାବୀ କରିଛି । ଏଥି ସହିତ ରାଜସ୍ଥାନ ଢାଞ୍ଚାରେ କୋସଳାଂଚଳର ପ୍ରତି ଘରେ କରୋନା କିଟସ୍‌ ଦେବାକୁ, ଏହି ଅଂଚଳରେ ଅଧିକ କୋଭିଡ୍‌ ହସପିଟାଲ, ବେଡ୍‌, ଅକ୍ସିଜେନ ଓ ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ, ଏହି ଅଂଚଳରେ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତ କରିବାକୁ ତଥା ଘରକୁ ଘର ଟେଷ୍ଟିଂ ଓ ଅଧିକ ଆର.ଟି.ପି.ସି.ଆର ଟେଷ୍ଟ ସେଣ୍ଟର ଖୋଳିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । ଏଥି ସହିତ ଜନସାଧାରଣ ମଧ୍ୟ ଅଧିକ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ସଂଗଠନ ଦାବୀ କରିଛି । ଏହା ଛଡା କରୋନା ସଂବନ୍ଧିତ ଶ୍ୱେତପତ୍ର ସରକାର ପ୍ରକାଶ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।

jittmm
Leave A Reply

Your email address will not be published.