ଆଗଲପୁର, (କେପିଏନ୍ଏସ୍) : କିଏ କହୁଛି କାଢା ତ, କିଏ କହୁଛି ପୋଡା ମୋବିଲ, ତ ଆଉ କିଏ କହୁଛି ଡ୍ରେନ୍ ପାଣି । ହେଲେ କେହି ବି ବିଶ୍ୱାସ କରୁନାହାନ୍ତି ଏହା ବିଶୁଦ୍ଧ ପିଇବା ପାଣି ବୋଲି । ଚାରିଦିନ ହେବ ଏମିତି ପାଣି ଯୋଗାଣ ହେଉଛି ସାଲେଭଟା ପିଏଚଡି ପମ୍ପ ହାଉସରୁ । ନିଦାବିଷ୍ଣୁ ପଂଚାୟତ ତଥା ବ୍ଳକ୍ ସ୍ତରୀୟ ଅଧିକାରୀ । କେବଳ ଏହି ଚାରି ଦିନ ନୁହଁ ଦୀର୍ଘ ଦିନ ହେଲା ଅଳ୍ପ ଅଳ୍ପ ପ୍ରଦୂଷିତ ପାଣି ଯୋଗାଣ ହେଉଛି । ମାତ୍ର ଏହି ଚାରିଦିନ ହେବ ପ୍ରଦୂଷିତ ପାଣି ନେଇଛି ଅତି ପ୍ରଦୂଷିତ ରୂପ । ଯେହେତୁ ପୁରାଟା ଗାଁ ପିଇବା ପାଣି ସକାଶେ ପିଏଚଡି ଯୋଗାଣ ପାଣି ଉପରେ ହିଁ ନିର୍ଭର କରୁଥିବାରୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଲୋକେ ରୋଗାକ୍ରାନ୍ତ ହେଲେ ଦାୟୀ ହେବ କିଏ…. ପାଣି ନା ଅଧିକାରୀ ?