ହରଭଙ୍ଗା ପୁରୁଣାକଟକରେ ବନ ବିଭାଗ ଚଢ଼ଉ : ନବ ନିର୍ମିତ ଘରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଣପତିନଗରରେ ବୁଧବାର ସକାଳେ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ଗୋଟିଏ ଘରୁ ପାଖାପାଖି ସାଢେ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟବାନ କାଠ ଜବତ ହୋଇଛି । ସୂଚନା ମତେ ପୁରୁଣାକଟକର ଗଣପତିନଗର ସ୍ଥିତ ଅବଧୂତ ଥାର୍ଟିଙ୍କ ଘରେ ବିପୁଳ ପରିମାଣର ମୂଲ୍ୟବାନ କାଠ ମହଜୁଦ ଥିବା କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଡିଏଫଓ ଯୋଶବନ୍ତ ସେଠି ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାଇ ବୌଦ୍ଧ ଏସିଏଫ ରାଜେନ୍ଦ୍ର ଗୋଛାୟତଙ୍କ ନେତୃତ୍ୱରେ ଏକ ମୋବାଇଲ ଟିମ ଏବଂ ପୁରୁଣା କଟକ ରେଞ୍ଜ କର୍ମଚାରୀ ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଉକ୍ତ ଘରେ ଅତର୍କିତ ଭାବେ ଚଢାଉ କରିଥିଲେ । ଖାନ ତଲାସୀ ବେଳେ ନବନିର୍ମିତ ଘରେ ବେଆଇନ ଭାବେ ରଖାଯାଇଥିବା ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରିଥିଲେ । ସେଥି ମଧ୍ୟରୁ ଶାଗୁଆନ ପଟାରେ ତିଆରି ହେଉଥିବା ଅର୍ଧ ନିର୍ମିତ ୫ଟି କବାଟ ୯ଟି ଝରକା ସମେତ ତାଙ୍କ ୪୦ଟି ଶାଳ କାଠ ପିସ ଓ ୨୫ଟି ଶାଗୁଆନ ପିସକାଠକୁ ମିଶାଇ ସମୁଦାୟ ୨୮.୫୯୫ ସିଏଫଟି କାଠ ଜବତ କରାଯାଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ୪ଲକ୍ଷରୁ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି । ଅପର ପକ୍ଷେ ଅବଧୂତ ଥାର୍ଟିଙ୍କ ସ୍ୱାସ୍ଥ୍ୟ ବସ୍ଥା ଅସୁସ୍ଥଥିବା କାରଣରୁ ସାମ୍ପ୍ରତିକ ସ୍ଥିତିକୁ ଦ୍ରୁଷ୍ଟିରେ ରଖି ତାଙ୍କୁ ଗିରଫ କରାନଯାଇ ବେଳେ ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି । ଉକ୍ତ ଚଢ଼ାଉ ସମୟରେ ଏସିଏଫ ଶ୍ରୀ ଗୋଛାୟତଙ୍କ ସମେତ ବୌଦ୍ଧ ମୋବାଇଲ ଟିମ ଓ ପୁରୁଣାକଟକ ବନ ବିଭାଗର ରେଞ୍ଜର, ଫରେଷ୍ଟର ଓ ସମସ୍ତ ବନକର୍ମଚାରୀ ସାମିଲ ଥିଲେ । ହେଲେ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହମିଟର ଦୂରରେ ଥିବା ଏକ ନବ ନିର୍ମିତ ଘରୁ ଏତେ ପରିମାଣର ଚୋରା କାଠ ମହଜୁଦ ରହି ଘରୋଇ ଉପକରଣ ତିଆରି ହେଉଥିଲେ ମଧ୍ୟ ସ୍ଥାନୀୟ ରେଞ୍ଜ ଅଧିକାରୀ କିମ୍ବା କର୍ମଚାରୀ ମାନେ କିଭଳି ତାର ସାମାନ୍ୟ ତମ ଟେର ପାଇଲେ ନାହିଁ ନା ଏହା ଭିତିରି ବୁଝାମଣାରେ ଚାଲିଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.