csstore

ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇଙ୍କ ବିୟୋଗରେ ଗୌଡଗୋଠରେ ବ୍ଲକ୍ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ୧୧ଟା ସମୟରେ ଆଦିବାସୀ କଲ୍ୟାଣ ସଂଘ ଦେଓଗାଁ ବ୍ଲକ ପୂର୍ବାଞ୍ଚଳ ଜୋନ ତରଫରୁ ଗୌଡଗୋଠ ଗାଁର ଜମିଦାରପଡ଼ାରେ ବିଶିଷ୍ଟ ଆଦିବାସୀ ନେତା ତଥା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ବ୍ରଜ କିଶୋର ଭୋଇ ଏବଂ ବିନିକା ରେଞ୍ଜର ପ୍ରେମାରାଜ୍ ଧରୁଆଙ୍କ ଅକାଳ ବିୟୋଗ ହେତୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ୨ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏଥିରେ ଆଦିବାସୀ କଲ୍ୟାଣ ସଂଘ ଗୌଡଗୋଠ ପଞ୍ଚାୟତ ସଭାପତି କାଲସାଏ ଭୋଇ, ଆଦିବାସୀ ନେତା ପୁରନ୍ଦର ଭୋଇ, ହରିଶ୍ଚନ୍ଦ୍ର ଭୋଇ, ବିଜୟ କାଲସାଏ, ତ୍ରିଲୋଚନ ପୁଟା, ରୁପାଧର ପୁଟା, ହିରାଧର ମାଝୀ, ରବି ଟ୍ରାଙ୍କର, ଦିବାକର ପୁଟା, ଲକ୍ଷ୍ମୀଧର ଭୋଇ, ରାଧାକାନ୍ତ ଭୋଇ, ବାରନ୍ତା ଭୋଇ, ଗଦନ ଭୋଇ, ଯଶୋବନ୍ତି ଭୋଇ, ସନ୍ଧ୍ୟା ଭୋଇ, ଆରତୀ ଭୋଇ, ନୀଳାଦ୍ରି ଭୋଇ, କୁମୁଦିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.