csstore

ଠିକାସଂସ୍ଥା ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଗଲା ନିରୀହ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଠିକାସଂସ୍ଥା ଜେସିବି ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଜଣେ ନିରୀହ ଯୁବକ ତାଙ୍କର ଅମୂଲ୍ୟ ଜୀବନ ହରାଇବାକୁ ପଡିଛି । ପ୍ରାପ୍ତ ସୂଚନା ମୁତାବକ, ବୁଟୁପାଲିରୁ ବଘିଆପଡା ରାସ୍ତା ନିର୍ମାଣ କରୁଥିବା ଏଆରଏସଏସ ନାମକ ଠିକାସଂସ୍ଥାର ଲୁହା ଚେନ ଯୁକ୍ତ ଜେସିବି ଚାଳକ ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ହଠାତ କୁଲିମୁଣ୍ଡା ଯାତ୍ରୀ ବିଶ୍ରାମାଗାର ନିକଟରେ ଛିଡା ହୋଇଥିବା ପିଣ୍ଟୁ ମାଝୀ(୨୧) ନାମକ ଯୁବକକୁ ଧକ୍କା ଦେବାରୁ ସେ କାନ୍ଥରେ ଚାପିହୋଇ ଯାଇଥିଲେ । ଗୁରୁତର ପିଣ୍ଟୁକୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଜେସିବି ଡ୍ରାଇଭରର ଭୁଲ ଯୋଗୁଁ ଅକାଳରେ ତାଙ୍କ ପୁଅ ପିଣ୍ଟୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ବାପା ଉପଯୁକ୍ତ କ୍ଷତି ପୂରଣ ଦାବୀ କରିଛନ୍ତି । ବୌଦ୍ଧ ଥାନାରେ ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.