ସ୍ଥଗିତ ରହିଲା ୟୁଜିସି-ନେଟ ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସରେ ହେବାକୁ ଥିବା ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଜି ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶା । ତେବେ ୨୦୨୦ ଡିସେମ୍ବର ୟୁଜିସି-ନେଟର ଏହି ପରୀକ୍ଷା ପୂର୍ବରୁ ମେ ୨ରୁ ଆରମ୍ଭ ହୋଇ ମେ ୧୭ ପର୍ୟ୍ୟନ୍ତ ହେବାକୁ ତାରିଖ ନିର୍ଦ୍ଧାରିତ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟରେ ସୂଚନା ଦେଇ କହିଛ‌ନ୍ତି ଯେ, ବଢୁଥିବା କରୋନା ସଂକ୍ରମଣ ଏବଂ ଏହି ଭଳି ସମୟରେ ଅଭିଭାବକ ମାନଙ୍କ ପରିସ୍ଥିତି ଓ ପରୀକ୍ଷାର୍ଥୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଉଛି । ତେବେ ୟୁଜିସି ନେଟ ପରିକ୍ଷା ଯାହା ମେ ମାସରେ ହାବାକୁ ଧାର୍ୟ୍ୟ ହୋଇଥିଲା ତହା ଏବେ ବାତିଲ ହେବା ପରେ ପରବର୍ତି ତାରିଖ ପରିକ୍ଷାର ୧୫ଦିନ ପୁର୍ବରୁ ଜଣାଇ ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.