ଟ୍ରାକ୍ଟର ପଛପଟେ ପିଟିଲା ବାଇକ : ଚାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଭୋର ସକାଳ ପ୍ରାୟ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍‌ ଛକ ନିକଟରେ ରାସ୍ତା କଡରେ ରଖାଯାଇଥିବା ଗୋଟିଏ ଟ୍ରାକ୍ଟର ପଛରେ ଏକ ବାଇକ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭୋର ସମୟରେ ୫୭ ନଂ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ମନମୁଣ୍ଡା ବାଇପାସ୍‌ ଛକ ନିକଟରେ ଗୋଟିଏ ଟ୍ରାକ୍ଟର ରାସ୍ତା ପାର୍ଶ୍ଵରେ ରଖି ଡ୍ରାଇଭର ପରିସ୍ରା କରିବାକୁ ଯାଇଥିଲେ । ଏତିକି ବେଳେ ଭାଲିଆପଦର ଛକ ପଟରୁ ସୋନପୁର ଆଡକୁ ଆସୁଥିବା ଓଡି ୩୧ ଜେ ୦୩୬୦ ନମ୍ବର ଥିବା ବେଳେ ଏକ ବାଇକ ଟ୍ରାକ୍ଟର ପଛପଟେ ଖୁବ ଜୋରରେ ଧକ୍କା ଦେଇଥିଲା । ଫଳରେ ସୋନପୁର ଜିଲ୍ଲା ହରଡଖୋଲ ଅଂଚଳର ଏହି ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ବାଇକ ଆରୋହୀଙ୍କ ବେପରୁଆ ଚାଳନା ଯୋଗୁଁ ଟ୍ରାକ୍ଟର ପଛରେ ପିଟି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.