jsm

କେନ୍ଦୁପତ୍ର ଶ୍ରମିକ ନେତା କିଶୋର ପରିଚ୍ଛାଙ୍କ ଦେହାନ୍ତରେ ଶୋକସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପ ସଭାପତି ତଥା ପାଟଣାଗଡର କିଶୋର ପରିଚ୍ଛାଙ୍କ ଦେହାନ୍ତରେ ପଦ୍ମପୁର କେନ୍ଦୁପତ୍ର ଶ୍ରମିକ ସଂଗଠନ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯିବ ସହ ପାଇକମାଲ ଠାରେ ଏକ ଶୋକ ସଭା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ କୋକିଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ‌ସ୍ୱର୍ଗତ ପରିଚ୍ଛା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପ ସଭାପତି ଭାବେ ଦାୟି‌ତ୍ୱ ବହନ କରି ବଲାଙ୍ଗିର କେନ୍ଦୁପତ୍ର ସର୍କଲର ପାଟଣାଗଡ, ବଲାଙ୍ଗିର, ପଦ୍ମପୁର, ଖରିଆର, ଟିଟିଲାଗଡ, ଭବାନିପାଟଣା, ଜୟପୁର ଆଦି ଡିଭିଜନ ମାନଙ୍କରେ କେନ୍ଦୁପତ୍ର ସଂଘକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ନିଭାଇ ଥିଲେ । ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଅନୁଷ୍ଠିତ “ବାଳକୋ ହଟାଓ- ଗନ୍ଧମାର୍ଦ୍ଦନ ବଚାଓ” ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ନିଭାଇ ଥିଲେ । ଜାତୀୟ କଂଗ୍ରେସ ଦଳରେ ସ୍ୱର୍ଗତ ପରି‌ଚ୍ଛା ଯୋଗଦେଇ ୨୦୦୯ ମସିହାରେ ପାଟଣାଗଡ ବିଧାନ ସଭାରୁ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ପାଇକମାଲ ଠାରେ କେନ୍ଦୁପତ୍ର କର୍ମଚାରୀ ସଂଘର ଶୋକ ସଭାରେ ସାମିଲ ସମସ୍ତେ ଛିଡା ହୋଇ ଅମର ଆତ୍ମାର ଶାନ୍ତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଶୋକ ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, କେନ୍ଦୁପତ୍ର ସଂଘ ନେତା ଚୂଡାମଣି ପାଣିଗ୍ରାହୀ, ମହେନ୍ଦ୍ର ପ୍ରଧାନ, ଭାର୍ତ୍ତିକ ନାଗ, ଜଗବନ୍ଧୁ ମିର୍ଦ୍ଧା, ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଦୁର୍ୟ୍ୟୋଧନ ପୁଟା, ରାଜେନ୍ଦ୍ର ସେଠ, କୈଳାସ ଦିଶ୍ରୀ ସମେତ ଅନେକ ଯୋଗଦେଇ ଥିଲେ ।

yuvodaya
Leave A Reply

Your email address will not be published.