ବରଗଡ଼ ଜିଲ୍ଲାରେ ଚେକିଂ ଜୋରଦାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାକୁ ଲାଗି ରହିଥିବା ଛତିଶଗଡ ସୀମାନ୍ତ ଲୁହୁରାଚଟ୍ଟି, ପାଇକମାଳ, ଝାରବନ୍ଧ, ଅମ୍ଭାଭୋନା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହି ଯାଞ୍ଚ ଆରମ୍ଭ ହୋଇଛି । ସେହିପରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗିଥିବା ବେଳେ ଗତକାଲି ରାତିରେ ବରଗଡ଼ ସହର ଗାନ୍ଧୀ ଛକଠାରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଯାନବାହାନ ସହ କୋଭିଡ ଯାଞ୍ଚ କରାଯାଇଥିଲା । ଏଥିରେ ଆରଟିଓ, ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.