ଅଭାବନୀୟ ଘଟଣା : ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜଣେ ସ୍ୱାମୀ ରାଜ୍ୟ ବାହାରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ । କିନ୍ତୁ ସେ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରୁଥିଲେ । ତେବେ ଗତକାଲି ପତ୍ନୀଙ୍କ ମୋବାଇଲ ଛଡ଼ାଇନେଇବା ବେଳେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ଉତ୍ୟକ୍ତ ହୋଇ ଏକ ଲୁହା ରଡ଼ରେ ସ୍ୱାମୀର ମୁଣ୍ଡକୁ ଜୋରରେ ପିଟିଦେଇଥିଲେ । ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ତଳସରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପତ୍ନୀକୁ ଥାନାରେ ଅଟକ ରଖିଛି । ପୁଲିସ୍ ଘଟଣାର ଖୋଳତାଡ଼ କରୁଛି । ମୃତ ବ୍ୟକ୍ତିଙ୍କ ନାଁ ପ୍ରକାଶ କୁଜୁରୁ । ତାଙ୍କୁ ୪୫ ବର୍ଷ ହୋଇଥିଲା । ତାଙ୍କ ପତ୍ନୀଙ୍କ ନାଁ ସୁଷମା କୁଜୁର ବୋଲି ଜଣାପଡିଛି ।

Leave A Reply

Your email address will not be published.