oom

ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା ଯୋଗଦେଇ ସ୍ବାସ୍ଥ୍ୟ ସମ୍ପଦ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ବୌଦ୍ଧ ସ୍ୱାଭିମାନ ଟ୍ରଷ୍ଟ ତଥା ପତଞ୍ଜଳି ଯୋଗ ସମିତିର ସଭାପତି ଦେବାଶିଷ ପୁରୋହିତ ଯୋଗଦେଇ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ କିପରି ନିଜ ଶରୀରକୁ ନିରୋଗ ରଖିବା ସଙ୍ଗେ ନିଜର ମାନସିକ ବିକାଶ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ । ୧୯୫୦ ମସିହାଠାରୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଦ୍ଵାରା ଆୟୋଜିତ ହୋଇ ଆସୁଥିବା ଏହି ବିଶ୍ଵ ସ୍ବାସ୍ଥ୍ୟ ଦିବସର ଆଭିମୁଖ୍ୟ ଓ ଚଳିତ ବର୍ଷର ବିଷୟ ବସ୍ତୁ” ଏକ ପକ୍ଷପାତ ବିହୀନ ସ୍ବାସ୍ଥ୍ୟବାନ ବିଶ୍ଵ ଗଠନ” ବିଷୟ ରେ ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଦାସ ପ୍ରାଞ୍ଜଳ ଭାବରେ ଆଲୋଚନା କରି ଦ୍ୱିତୀୟ ପର୍ୟ୍ୟାୟ କରୋନାକୁ କିପରି ମୁକାବିଲା କରାଯାଇ ପାରିବ ସେ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଛାତ୍ରଛାତ୍ରୀମାନେ ଯୁବ ରେଡକ୍ରସର ଲକ୍ଷ୍ୟ ସାଧନା, ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଶପଥ ନେଇଥିଲେ । ସ୍ଵେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ସାହୁ ଅତିଥି ପରିଚୟ ଏବଂ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ପ୍ରଦ୍ରୁମ୍ନ ବନମାଳୀ ଧନ୍ୟଧଦ ଦେଇଥିଲେ ।

jittmm
Leave A Reply

Your email address will not be published.