ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଉପରପଡାରେ ପାନୀୟ ଜଳ ସଙ୍କଟ ଦେଖାଦେଉଛି । ଏଥି ପାଇଁ ଗାଁର ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଗ୍ରୀଷ୍ମ ଋତୁ ପ୍ରଭାବରେ ଆଜକୁ ପ୍ରାୟ ପାଞ୍ଚ ବର୍ଷ ହେଇଗଲାଣି ଗାଁରେ ପାନୀୟ ଜଳ ବ୍ୟବସ୍ଥା ପ୍ରତ୍ୟକ ଘର ସାମ୍ନାରେ ଥିଲେ ହେଁ ପାଣି ଟାଙ୍କିରୁ ଜଳ ଅଧ ବାଟରେ ହିଁ ଅଟକି ଯାଇ ତଳପଡାରେ ହିଁ ରହି ଯାଉଛି ଓ ଉପରପଡାକୁ ପାଣି ମୁଞ୍ଚାଏ ମଧ୍ୟ ଆସୁନାହିଁ । ଅନେକ ଥର ପ୍ରଶାସନକୁ ଜଣେଇବା ପରେ ମଧ୍ୟ କିଛି ସୁବିଧା କରାଯାଉନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ସେଥିପାଇଁ ଏକ ଓଭରହେଡ ପାଣି ଟାଙ୍କି ଯୋଗାଇ ଦେବାକୁ ସାଲେପାଲି ଗ୍ରାମବାସୀଙ୍କ ତରଫରୁ ଦାବୀ କରୁଛନ୍ତି ।