oom

ସବ୍ୟଙ୍କ ସହାୟତାରେ ନୂଆ ଜୀବନ ପାଇଲା କୁନିଝିଅ ସ୍ୱରାଜ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଲୁଣିବାହଲ ପଂଚାୟତ କଟିଂଆପଦର ଗ୍ରାମର କୁନିଝିଅ ସ୍ୱରାଜ।(୧୦ମାସ) ଜନ୍ମରୁ ମେରୁଦଣ୍ଡରେ ହାଡ ବଢିବା ସହିତ ପଛପଟେ ଏକ ଆବୁ ସଦୃଶ ହୋଇଗଲା । ଯାହାକୁ ନେଇ ପରିବାର ଚିନ୍ତିତ ଥିଲେ। ଏହି ରୋଗକୁ ନେଇ ମା ଶୈତାଲା ଭାଙ୍ଗି ପଡିଥିଲେ। ଠିକ ଏହି ସମୟରେ ଶୈତାଲାଙ୍କୁ ମାଡି ବସିଲା ଆଉ ଏକ ଦୁଃଖ ପ୍ରେମ ବିବାହ କରିଥିବା ଶୈତାଲାଙ୍କୁ ତାଙ୍କ ସ୍ୱାମୀ ଛାଡି ପଳାଇଲେ। ଦୁଃଖ କଷ୍ଟରେ ସ୍ୱରାଜ ଚିନ୍ତାରେ ମା ଶୈତାଲା ଶେଷରେ ଅଭିନେତା ସବ୍ୟସାଚ୍ଚୀଙ୍କ ସହାୟତା ନେଇଥିଲେ। ସମସ୍ତ ଚିକିତ୍ସା ବହନ କରିବେ ଏବଂ ସେ ଆସି ବାପାର କର୍ତ୍ତବ୍ୟ କରିବାକୁ ଶୈତାଲାଙ୍କ ସ୍ୱାମୀଙ୍କୁ ସବ୍ୟସାଚ୍ଚୀ ନିବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା । ଶେଷରେ ଓଡିଆ ଡାକ୍ତର ସଂଘ ସହାୟତାରେ କଟକ ବଡ ମେଡିକାଲରେ ୪୫ ଦିନରେ ୨ଟି ଗୁରୁତ୍ୱପୁର୍ଣ୍ଣ ଅସ୍ତ୍ରୋପ୍ରଚାର ପରେ ଏବେ ସୁସ୍ଥ ଅଛନ୍ତି ସ୍ୱରାଜ। ଏଭଳି ଆବୁ ଯୋଗୁଁ ଜନ୍ମରୁ ପଛପଟିଆ ଶୋଇ ପାରୁନଥିବା ସ୍ୱାରାଜର ମେରୁଦଣ୍ଡ ଚିକିତ୍ସା ପରେ ସେ ପ୍ରଥମ କରି ପଛପଟିଆ ଶୋଇଛି । ସ୍ୱାମୀ ଛାଡିଦେବା ପରେ ଶୈତାଲାଙ୍କ ସାନଭଉଣୀ ପାଖରେ ରହୁଥିଲେ। ଉଭୟ ଏବେ ହସ୍ପିଟାଲରୁ ନିଜ ଘରକୁ ଫେରିଛ‌ନ୍ତି ।

jittmm
Leave A Reply

Your email address will not be published.