centurian jitm

ସାଂସ୍କୃତିକ ଏବଂ ପୂଜା ଚାନ୍ଦା ଦେବ ନାହିଁ ଘରୋଇ ବସ୍‌ ମାଲିକ ସଂଘ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଜନିତ ପ୍ରଭାବ ଯୋଗୁଁ ଜିଲ୍ଲାରେ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ଘରୋଇ ବସ୍‌ ଚଳାଚଳ ଠପ୍‌ ହୋଇଯାଇଛି । ବସ୍‌ ସହ ସମ୍ପୃକ୍ତ କର୍ମଚାରୀ ଏବଂ ବସ୍‌ ଚଳାଚଳରୁ ସମଗ୍ର ଜିଲ୍ଲାରେ ଜୀବିକା ଉପାର୍ଜନ କରୁଥିବା ଲୋକେ ସମ୍ପୂର୍ଣ ଭାବେ ନିଜର ଜୀବିକା ହରାଇଛନ୍ତି । ବସ୍‌ ମାଲିକମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି ବୋଲି ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଏଭଳି ନାହିଁ ନଥିବା ଅବସ୍ଥାରେ ଉନ୍ନତି ନଆସିବା ପର୍ଯ୍ୟନ୍ତ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାଇଁ ଆର୍ଥିକ ସହଯୋଗ କରିବା ସମ୍ଭବପର ନୁହେଁ ବୋଲି ବସ୍‌ ମାଲିକ ସଂଘ ପ୍ରକାଶ କରିଛି । ଏନେଇ ସଭାପତି ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ବୈଠକରେ ଶୋକ ପ୍ରକାଶ କରାଯାଇ ପୀଡିତ ରୋଗୀମାନଙ୍କର ଆଶୁ ଆରୋଗ୍ୟ କାମନା କରାଯିବା ସଂଗେ ସଂଗେ ମହାମାରୀଜନିତ ଭୟକୁ ଭୃକ୍ଷେପ ନକରି ବଲାଙ୍ଗିର ଜିଲ୍ଲାର ହଜାର ହଜାର ଶ୍ରମିକଙ୍କୁ ସାହାସିକ ଭାବେ ନେବା ଆଣିବା କରିଥିବା ବସ୍‌ କର୍ମଚାରୀମାନଙ୍କୁ ବୈଠକରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଆଗାମୀ ଦୁଇ ବର୍ଷ ପାଇଁ ସମସ୍ତ ପ୍ରକାର ଚାନ୍ଦା ପ୍ରଦାନକୁ ବନ୍ଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ବ୍ୟାପୀ ବିଭି୍‌ନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୂଜା ପାର୍ବଣ ପାଇଁ ବସ୍‌ ମାଲିକ ସଂଘ ସହଯୋଗର ହାତ ବଢାଇ ସହାୟତା ରାଶି ପ୍ରଦାନ କରି ଆସୁଥିଲା । କିନ୍ତୁ ମହାମାରୀ ସମୟରେ ବସ୍‌ ଚଳାଚଳ ଠପ୍‌ ହୋଇଯାଇଥିବା ଯୋଗୁଁ ସଂଘ ଏଭଳି ନିଷ୍ପତ୍ତି ନେଇଛି । ଆଗାମୀ ପାର୍ବଣ ଋତୂକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ଏନେଇ ଜନସାଧାରଣ ଏବଂ ଜିଲ୍ଲା ପ୍ରଶାସନ ସହୃଦୟତାର ସହ ସହେଯାଗ କରିବେ ବୋଲି ସଂଘ ଅନୁରୋଧ କରିଛି । ସ୍ଥାନୀୟ ବସ୍‌୍‌ଷ୍ଟାଣ୍ଡରେ ଅନୁଷ୍ଠିତ ଭଗବାନ ବିଶ୍ୱକର୍ମା ଦେବଙ୍କ ପୂଜା କାର୍ଯ୍ୟକୁ ମଧ୍ୟ ସରକାରଙ୍କ କୋରୋନା କଟକଣା ନିୟମକୁ ପାଳନ କରି ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ସାଧାରଣ ପରିଷଦ ବୈଠକରେ ସମ୍ପାଦକ ପ୍ରଶାନ୍ତ ଶତପଥି, କୋଷାଧ୍ୟକ୍ଷ ଶିବଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟ, ବରିଷ୍ଠ ସଦସ୍ୟ ଦୁର୍ଗା ଚରଣ ବେହେରା, ସୁମନ୍ତ ଭୋଇ, ସୁନିଲ ମିଶ୍ର, ଡମ୍ବରୁଧର ଆଚାର୍ଯ୍ୟ, ଭବାନୀ ପଟେଲ, ସଂଜୀବ ପଣ୍ଡା, ଚନ୍ଦ୍ରମଣି ତ୍ରିପାଠୀ, ହିମାଂଶୁ ନାୟକ, ଜୟନ୍ତ ସିଂଦେଓ, ଅରୁଣ ବରାଇ, ପ୍ରାଣନାଥ ପ୍ରଧାନ, ଧ୍ରୁବରାଜ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ହେମନ୍ତ କୁମାର ପଣ୍ଡା ।

Leave A Reply

Your email address will not be published.