ପଶ୍ଚିମ ଓଡିଶା ଓ୍ବେବ ମିଡିଆ ଏସୋସିଏସନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଐତିହାସିକ ଗନ୍ଧମାର୍ଦ୍ଦନ ପାଦଦେଶର ନୃସିଂନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ପଶ୍ଚିମ ଓଡ଼ିଶା ଓ୍ବେବ ମିଡିଆ ଏସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ ଆଦି ଜିଲ୍ଲାର ଓ୍ବେବ ମିଡିଆରେ କାର୍ୟ୍ୟରତ ସାମ୍ବାଦିକ ପ୍ରତିନିଧି ମାନେ ଯୋଗଦାନ କରିଥିଲେ । ପ୍ରଥମ ଅଧିବେଶନରେ ସର୍ବ ପ୍ରଥମେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋଚିତ୍ରରେ ମୁଖ୍ୟଅତିଥି ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପୁରୋଧା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲ। । ସାମ୍ବାଦିକ ଦୁ‌ଷ୍ମନ୍ତ ରାଉତରାୟଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଂଘର ସଭାପତି ଶ୍ରୀ ଅସିତ କୁମାର ସ୍ୱାଇଁଙ୍କ ସଭାପତି‌ତ୍ୱରେ ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀଧରେନ ମହାନ୍ତି ସଭା ସଞ୍ଚାଳନ କରିଥିଲେ । ପରିଚାଳନା କମିଟି ସଦସ୍ୟ ଓ ଜିଲ୍ଲା ପ୍ରତିନିଧି ତଥା ଅତିଥିଙ୍କୁ ସଂଘ ତରଫରୁ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଞାପନ କରାଯାଇଥିଲା । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପୁରୋଧା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ରୂପେ ଯୋଗଦାନ କରି ବୈଠକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀ ପୁରୋହିତ ଯୋଗ ଦେଇ ଐତିହାସିକ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନୃସିଂହନାଥ ଏବଂ ହରିଶଙ୍କର ମନ୍ଦିରର ଐତିହ୍ୟ, ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଉପରେ ଦିଶା ଦେଇ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଏଥି ସହ ବର୍ତ୍ତମାନ ସମାଜରେ ଓ୍ବେବ ମିଡିଆର ଦକ୍ଷତା ଓ ପ୍ରଭାବ ଉପରେ ମତାମତ ପ୍ରଦାନ କରି ସାଧାରଣ ଜନତାରେ ଏହା ପ୍ରଚାରର ମୁଖ୍ୟ ଭୂମିକା ରହିଥିବା ପରିପ୍ରକାଶ କରିଲେ ।

ଦ୍ୱିତୀୟ ଅଧିବେଶନ ଉଦଯାପନୀ ସଭାରେ ଆୟୁର୍ବେଦ ମହାବିଦ୍ୟାଳୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ ଯୋଗଦାନ କରି ସାମ୍ବାଦିକ ମାନେ ନିରପେକ୍ଷତା ଅବଲମ୍ବନ କରି କାର୍ୟ୍ୟ କଲେ ଠିକ୍ ରୂପେ ମାର୍ଗ ଦର୍ଶନ କରି ସମ୍ବାଦ ପରିବେଷଣ କଲେ ସମାଜରେ ତାର ନିଶ୍ଚିତ ରୂପେ ପରିମାର୍ଜିତ ହୋଇ ପାରିବ ବୋଲି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନ ପରାମର୍ଶଦାତା ଆଶୁତୋଷ ରଥ, ସାମ୍ବାଦିକ ବିଜୟ କୁମାର ଆଚାର୍ୟ୍ୟ, କୋଷାଧ୍ୟକ୍ଷ ସୁବାଷ ଦୋରା, ମିଡିଆ ପ୍ରଭାରୀ ନିଲାଂଚଳ ବେହେରା ପ୍ରମୁଖ ଅତିଥି ମାନେ ମଞ୍ଚାସୀନ ଥିଲେ । ଏହି ବୈଠକରେ ବୋର୍ଦ୍ଧ ଜିଲ୍ଲାରୁ ବୈଦନାଥ ସାମଲ ଓ ଶରତ ମୁଦୁଲି, ସୋନପୁରରୁ ଶୋଭା ପ୍ରକାଶ ମିଶ୍ର, ନୁଆପଡାରୁ ମହେଶ ବାଗ, ବଲାଙ୍ଗିରରୁ ଲୋକନାଥ ତ୍ରିପାଠୀ, ସମ୍ବଲପୁରରୁ ସୁବୋଧ ରଥ, କଳାହାଣ୍ଡିରୁ ଡୋଲାମଣି ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ସମସ୍ତ ପ୍ରକାର ଏହି ବୈଠକକୁ ସାମ୍ବାଦିକ ମାନସ ରଞ୍ଜନ ନାୟକ, ବିଦ୍ୟାଧର ସାହୁ, ନିରୋଜ ପାଣୀ, କୁଞୀ ବିହାରୀ ସାହୁ ସମେତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲିପ ବେହେରା, ସଂପାଦକ ଦୁର୍ୟ୍ୟୋଧନ ପୁଟା ପ୍ରମୁଖ ସଂପାଦନା କରିଥିଲେ । ପଶ୍ଚିମ ଓଡିଶା ଓ୍ବେବ ମିଡିଆ ଏସୋସିଏସନର କାର୍ୟ୍ୟକ୍ରମ ଉପରେ ବିଶେଷ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ପରି ଶେଷରେ ସଂପାଦକ ବଳରାମ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.