ଲୋଇସିଂହାରେ ମାସ୍କ ଚେକିଂ କଡାକଡି : ୧୬ ଜଣ ଅମାନିଆ ତଣ୍ଡ ଗଣିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଂଚଳରେ ମହାମାରୀ କରୋନା କ୍ରମଶଃ ବଢ଼ିବାରେ ଲାଗିଛି । କରୋନାର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଗତକାଲି ଲୋଇସିଂହାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଥାନା ସମ୍ମୁଖରେ ପୋଲିସ ଏସ ଆଇ ନବୀନ ଭୋଇଙ୍କ ନେତୃତ୍ୱରେ ମାସ୍କ ଚେକିଂ କଡାକଡି କରାଯାଇଥିଲା । ଏଥିରେ ୧୬ ଜଣ ଅମାନିଆ ବାଇକ ଆରୋହୀଙ୍କ ଠାରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ମାସ୍କ ଚେକିଂ ଆହୁରି ବ୍ୟାପକ ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.