oom

ବିଜୁ ଜନତା ଦଳ ତରଫରୁ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୦୯ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜେନ୍ଦ୍ର ପାର୍କ ସ୍ଥିତ ପ୍ରତିମୁର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଜୟନ୍ତୀ ପାଳନରେ ବିଜେଡି ଦଳର ଉପସଭାପତି ପ୍ରଦୀପ ଗୁରୁ, ସାଧାରଣ ସମ୍ପାଦକ କୌଲାଶ ଚନ୍ଦ୍ର ମହାନ୍ତି (ଟିମା), ଆଇନଜୀବୀ ଓମ୍‌କାର ନାଏକ, ଉପସଭାପତି ଧୁର୍ବ ଜୁଏଡ, ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ପୁର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ବଲାଙ୍ଗିର ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଳାପ ବାଗ, ଶିବ ବେହେରା, ନରସିଂହ ବାଗ, ଆଇନଜୀବୀ ଜୟରାମ ମିଶ୍ର, ବାଲାଜୀ ପଣ୍ଡା, ସନ୍ତୋଷ ଦନ୍ତା, କୁଞ୍ଜ କଠାର, ଅସରଫ ଖାନ, ମମତା ଜେନା, ବିଭୂତି ଭୂଷଣ ମିଶ୍ର, ସାଗର ସଙ୍ଗମ ଶତପଥି, ବିରେନ୍ଦ୍ର ସ୍ୱାଇଁ, ଧୀରୁ ବନ୍‌ଛୋର, ଶମ୍ଭୁ ନାଗ, ଗୋବିନ୍ଦ ଶତପଥି, ସନ୍ତୋଷ ହୋତା ପ୍ରମୁଖ ପାଟଣା ମହାରାଜାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ କଲେଜ ଛକରେଥିବା ପାଟଣା ମହାରାଜାଙ୍କ ପ୍ରତିମୁର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ସ୍ମୃତି କମିଟି ସଦସ୍ୟମାନେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.