ସ୍ପୋର୍ଟ ସାମଗ୍ରୀ ଗୋଦାମ ଘରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପୋର୍ଟ ସାମଗ୍ରୀ ଗୋଦାମ ଘରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ତେଲିଗୋଠପଡ଼ାରେ ରହୁଥିବା ଗୋପବନ୍ଧୁ ସ୍ପୋର୍ଟ ଷ୍ଟୋର୍‌ର ମାଲିକ ଗୋପବନ୍ଧୁ ମିଶ୍ର ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ସେ ତଳ କୋଠାରେ ରହୁଥିବା ବେଳେ ଉପର କୋଠାରେ ସ୍ପୋର୍ଟ ସାମଗ୍ରୀ ମହଜୁଦ୍‌ ରହୁଥିଲା । ତେବେ ଉପର କୋଠା ଗୋଦାମ ଘରେ ଆଜି ନିଆଁ ଲାଗି ଯାଇଥିବାରୁ ଅଧିକ ପ୍ଲାଷ୍ଟିକ୍‌ ଓ କପଡ଼ା ସାମଗ୍ରୀ ଥିବା ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ସଟ୍‌ ସର୍କିଟ୍‌ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ପାଇ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.