ନିଆଁ ଲାଗି ବହୁ ଚାଳ ଚପର ଘର ଜଳିଗଲା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ.ର ବୁଟୁମୁଣ୍ଡା ଗାଁରେ ନିଆଁ ଲାଗି ଯାଇ ଥିବାରୁ ଅନେକ ଚାଲ ଚପର ଘର ପୋଡ଼ିଯିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖବର ନେବାରୁ ଜଣାଯାଇଛି ଯେ, ବିଲରେ ନିଆଁ ଲାଗିଥିବାରୁ ନିଆଁ ଝୁଲ ଉଡି ଛପର ଘରେ ପଡି ନିଆଁ ଗାଁ ସାରା ଚହଟି ଯିବାରୁ ଅନେକ ଧନ ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇବା ପରେ କଣ୍ଟାମାଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ଲାଗି ପଡିଛନ୍ତି । ଆଖପାଖ ଗାଁ ତଥା ବୁଟୁମୁଣ୍ଡାର ଅନେକ ଲୋକ ନିଆଁ ଲିଭାଇବାରେ ସାହାଯ୍ୟ କରୁଛନ୍ତି । ଖବର ଲେଖା ହେଲାଯାଏ ନିଆଁ ଲାଗି ରହିଛି ।

Leave A Reply

Your email address will not be published.