ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କଳାହାଣ୍ଡି, (ହେମନ୍ତ ସାହୁ) : ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ଆନନ୍ଦ ଆଚାର୍ୟ୍ୟଙ୍କ ୯୫ବର୍ଷ ବୟସରେ ପରଲୋକ ହେଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ସହିତ ଜଣେ ବରିଷ୍ଠ କବି ମଧ୍ୟ ଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦର ଉପଦେଷ୍ଠା ଭାବରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବା ସହିତ ପରାମର୍ଶ ପ୍ରଦାନ କରୁଥିଲେ । ତାଙ୍କରି ପୁତ୍ର ବରିଷ୍ଠ ଆଇନଜୀବୀ ସୁବାସଚନ୍ଦ୍ର ଆଚାର୍ୟ୍ୟଙ୍କ ସମେତ ଅନ୍ୟମାନେ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ରହିଥିଲେ । ତାଙ୍କରି ଶେଷ ଦର୍ଶନ ପାଇଁ ତାଙ୍କ ଘରେ ଅନେକ ଲୋକଙ୍କ ସମାଗମ ହେଇଥିଲା । ମ.ରାମପୁର ଉତ୍ତେଇ ନଦୀ ଶ୍ମଶାନରେ ତାଙ୍କରି ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହେଇଥିଲା ।

Leave A Reply

Your email address will not be published.