csstore

ଖଟଖଟିଆ ଓ ପଲସାଗୋରାରେ ଗୋ‌ଷ୍ଠୀ ଶୌଚାଳୟ ଉତଘାଟିତ

ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଖଟଖଟିଆ ଓ ପଲସାଗୋରାଠାରେ ନୂତନ ଭାବେ ନିର୍ମିତ ଦୁଇଗୋଟି ଗୋ‌ଷ୍ଠୀ ଶୌଚାଳୟ ଉତଘାଟିତ ହୋଇଯାଇଛି । ଉଦଝାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଂଟାମାଲ ବିଡ଼ିଓ ବନ୍ଦନା ଖଟୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖଟଖଟିଆ ସରପଞ୍ଚ ଅଞ୍ଜଳି ଭୋଇ, ପଲସାଗୋରା ସରପଂଚ ସମୀର ମାଝୀ, ପିଇଓ ଲଡୁକିଶୋର ସାହୁ, ଡିଏଲସି ସରୋଜ ପାଢ଼ୀ, ଆର୍ତ୍ତତ୍ରଣ ପାଢ଼ୀ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ଜେନା, ଜିଆରଏସ ଉ‌ଜ୍ୱଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ପରେ ଉଭୟ ଖଟଖଟିଆ ଓ ପଲସାଗୋରା ସରପଂଚଙ୍କୁ ବିଡ଼ିଓଙ୍କ ଦ୍ଵାରା ମାନପତ୍ର ଓ ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା । ଏହି ଅବସରରେ ଜଳ ଓ ପରିମଳ ବିଭାଗର ତାଲିମଦାତା ରଞ୍ଜନ ପାତ୍ରଙ୍କ ପରିଚାଳନାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ବେଚ୍ଛାଗ୍ରାହୀ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜଳ ଓ ପରିମଳ ବିଭାଗର ବିଆରସି ଅର୍ଜୁନ ଦାଶ, ସ୍ବେଚ୍ଛାଗ୍ରାହୀ କୁନୁ ପଲିଆ, ହୃଷିକେଶ ତ୍ରିପାଠୀ, ବିକାଶ ସିଂ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।

jayashree
Leave A Reply

Your email address will not be published.