ଟ୍ରାକ୍ଟରରୁ ପଡି ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିବାରକୁ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ଗତ ମାସ ୨୨ତାରିଖରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବୁରୁବୁଡା ଠାରେ ଏକ କୋଇଲା ବୋଝେଇ ଟ୍ରାକ୍ଟରରୁ ଖସିପଡି ମୃତ୍ୟୁ ବରଣ କରିଥିବା କୁଇଲିସୁତା ଗ୍ରାମର ଅନନ୍ତ କର୍ଣ୍ଣ (୩୫) ଶ୍ରମିକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଏବଂ ଚାରିଛକ ମେଡିକାଲର ଡାକ୍ତର ଶ୍ରୀମନ୍ତ ସ୍ଵାଇଁ ମୃତକଙ୍କ ଘରକୁ ଯାଇ ତାଙ୍କର ବିଧବା ପତ୍ନୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୁଇଲିସୁତା ଗ୍ରାମର ଅନନ୍ତ କର୍ଣ୍ଣ (୩୫) । ଏକ ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ । ଘଟଣା ଦିନ ସେ କୋଇଲା ଲୋଡ଼ ଟ୍ରାକ୍ଟରରେ ତିଳେଶ୍ୱର ପଟୁ ପୁରୁଣାକଟକ ଆଡ଼କୁ ଯାଉଥିବା ବେଳେ ରାତି ପ୍ରାୟ ୮ଟା ସମୟରେ ହଟାତ ବୁରୁବୁଡା ଶିବ ମନ୍ଦିର ନିକଟରେ ଚଳନ୍ତା ଗାଡ଼ିରୁ ତଳକୁ ଖସିପଡି ଥିଲେ । ମାତ୍ର ଚାଳକ ତାହା ଜାଣି ନପାରିବାରୁ ତାଙ୍କ ଉପର ଦେଇ ଟ୍ରାକ୍ଟରର ପଛଚକ ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଆଣି ପୁରୁଣାକଟକ ଅଣା ଯାଇଥିଲା । ତେବେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.