ଗରିବ ଛାତ୍ରୀଙ୍କୁ ସହାୟତା କଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଢିପଦର ଗାଁର ଅସହାୟ ଗରିବ ଛାତ୍ରୀଙ୍କୁ ସହାୟତା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ବୁଢିପଦର ଗାଁର ପ୍ରତିମା ମୁଗୀଙ୍କ ପାଠ ପଢିବାରେ ଅସୁବିଧା ହେଉଥିବାରୁ ତାଙ୍କୁ ପାଠ ପଢିବା ପାଇଁ ପାଠ୍ୟପୁସ୍ତକ, ଖାତା, କଲମ, କଲେଜ ୟୁନିଫର୍ମ ପ୍ରଦାନ କରିଛନ୍ତି । ଗରିବ ଛାତ୍ରୀଙ୍କୁ ସହାୟତା କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ଯୋଶୀ ପୂର୍ବରୁ ମଧ୍ୟ ଅନେକ ଗରିବ ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗାନ୍ଧୀ ବଗର୍ତ୍ତୀ ଓ ଗୌରାଙ୍ଗ ମହାନନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.