p purohi

ବି.ଏସ.ଏନ.ଏଲ. କାର୍ୟ୍ୟାଳୟ ସ‌ମ୍ମୁଖରେ ଧାରଣା ଦେବେ ବୋଲି ଓକିଲଙ୍କ ଚେତାବନୀ

dr. purohit

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବ୍ରହ୍ମପୁର ସହରରେ ଭାରତ ସଂଚାର ନିଗମ ଲି. ସୌଜନ୍ୟର କମ୍ପାନୀ ଗତ କେତେ ମାସ ହେଲା ଗ୍ରାହକ ମାନଙ୍କୁ ଅତି ନିମ୍ନ ମାନର ସେବା ଦେଉଛି । ତରଙ୍ଗର ଗତି ଅତି ଧୀର ଥିବାରୁ ମୋବାଇଲ ନେଟ୍‌ ଠିକ ଭାବରେ କାମ କରୁନାହିଁ । ଇଣ୍ଟେର୍ନେଟ ଖୋଲିବାକୁ ବହୁତ ସମୟ ନେଉଛି । ଗ୍ରାହକ ମାନଙ୍କ ପକେଟରୁ ପଇସା ଯାଉଛି, ହେଲେ ଉତ୍ତମ ସେବା ନେବାରେ ବଞ୍ଚିତ ହେଉଅଛନ୍ତି । ଟାୱାର ଗୁଡିକ ଠିକ ଭାବରେ କାର୍ୟ୍ୟ କରୁନାହିଁ । ନିୟମିତ ମରାମତି ଅଭାବରୁ ମୋବାଇଲ ନେଟ୍‌ କେଉଁଠି ଧରୁଛି ତ’ ଆଉ କେଉଁଠି ଧରୁନାହିଁ । କଥା ହେଲାବେଳେ ବାରମ୍ବାର କଟିଯାଉଛି । କମାପଲ୍ଲୀ, ଗୋଇଲୁଣ୍ଡି, ଆଂକୁଲି ଓ ଲାଞ୍ଜିପଲ୍ଲୀ ଅଂଚଳ ମାନଙ୍କରେ ତଳଘର ମାନଙ୍କରେ ତରଙ୍ଗ ଅବା ଟାୱାର ଜମାରୁ ଆସୁନାହିଁ, ଯାହାଫଳରେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।

ଜିଲ୍ଲା ଅଦାଲତ ପରିସର ଓ ଗଞ୍ଜାମ ଓକିଲ ସଙ୍ଘ ପାଠାଗାରକୁ ତରଙ୍ଗ ଜମାରୁ ଆସୁନଥିବାରୁ ବି.ଏସ.ଏନ.ଏଲ. ସିମ୍ ବ୍ୟବହାର କରୁଥିବା ଓକିଲ ମାନେ ବହୁତ ହଇରାଣ ହେଉଅଛନ୍ତି । ତେଣୁ ଏକ ସପ୍ତାହ ମଧ୍ୟରେ ବ୍ରହ୍ମପୁର ସହରରେ ଲାଗିଥିବା ଟାୱାର ଗୁଡିକରେ ଉଚ୍ଚଶକ୍ତି ସମ୍ପନ ସଂଚାରଣ ବ୍ୟବସ୍ଥା ନ ହେଲେ ଆପଣଙ୍କ କାର୍ୟ୍ୟାଳୟ ସମୁଖରେ ଦିନ ୧୦.୦୦ ଘଣ୍ଟ ଠାରୁ ୧୧.୦୦ ଘଣ୍ଟ ପର୍ୟ୍ୟନ୍ତ ଦୈନିକ ଏକ ଘଣ୍ଟା ଶାନ୍ତିପୂର୍ଣ ଭାବରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଆଇନଜୀବୀ ତଥା ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ ସ୍ୱଷ୍ଟ କରିବା ସହ ଚେତାବନୀ ଦେଇଛନ୍ତି ଏବଂ ଏ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଦୃଢ଼ ଦାବୀ କରି କହିଛନ୍ତି ।

nrusinghnath
Leave A Reply

Your email address will not be published.