ସ୍କୁଟି ସହ ବ୍ୟାଗ ଜିନିଷରେ ମିଳିଲା ଗଞ୍ଜେଇ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ଗୁରୁବାର ଭୋର ସମୟରେ ଦୁର୍ଗାପ୍ରସାଦ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କୁଟିକୁ ସନ୍ଦେହରେ ଅଟକା ଯାଇଥିଲେ । ହେଲେ ଅବକାରୀ ବିଭାଗ ଗାଡିକୁ ଦେଖି ଅନ୍ଧାରର ସୁଯୋଗ ନେଇ ଆସମୀ ଗାଡ଼ି ଓ ଗୋଟିଏ ବ୍ୟାଗ ଛାଡ଼ି ଖସି ଯିବାରେ ସକ୍ଷମ ହୋଇଛି । ଉକ୍ତ ବ୍ୟାଗ ତଲାସୀ ନେବାରେ ସେଥିରୁ ୩୨.୦୨୫ କିଲୋ ଗଞ୍ଜେଇ ଜବତ ହୋଇଛି । ଅବକାରୀ ବିଭାଗ ତରଫରୁ ସେ ଅଞ୍ଚଳରେ ସର୍ଚ୍ଚ ଅପେରସନ କରାଯାଇଥିଲେ ମଧ୍ୟ ଆସାମୀକୁ ଧରିବାରେ ବିଫଳ ହେଇଛି । ସ୍କୁଟିର ନଂବରକୁ ଆଧାର କରି ଅବକାରୀ ବିଭାଗ ଅନୁସନ୍ଧାନ ଜାରି ରଖିଛି । ଖୁବ ଶୀଘ୍ର ଆସାମୀଙ୍କୁ ଧରାଯିବ ବୋଲି ଭଞ୍ଜନଗର ଅବକାରୀ ଥାନା ଉପ-ନିରୀକ୍ଷକ ପାର୍ଥ ସାରଥୀ ରାଉତ କହିଛନ୍ତି । କନ୍ଧମାଳରୁ ଭାୟା- ଭଞ୍ଜନଗର ଦେଇ ଭୁବନେଶ୍ୱର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅନୁମାନ କରଯାଇଛି । ମୁଖ୍ୟ କରିଡ଼ର ହୋଇଥିବା ବେଳେ ଉଭୟ ଅବକାରୀ ଏବଂ ପୋଲିସ ପ୍ରଶାସନ ପାଇଁ ବଡ ଚାଲେଞ୍ଜ ହୋଇଛି । ଆଗକୁ ଏହି ବିଭାଗ ଚୋରା ଚାଲାଣ ରୋକିବାକୁ କେଉଁ ପନ୍ଥା ଅବଲମ୍ବନ କରୁଛନ୍ତି, ଦେଖିବା ବାକି ରହିଲା । ସେହିପରି ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ସଂଧ୍ୟା ସମୟରେ ସଦର ଥାନା ନିକଟସ୍ଥ ମସିହାଖାଲି ଠାରେ ୨୦୦ କିଲୋରୁ ଉର୍ଦ୍ଧ ଗଞ୍ଜେଇ ସହ ଗୋଟେ ଅଟୋ ଗାଡି ଜବତ କରାଯାଇଛି । ତେବେ ଏଥିରେ କାହାରିକୁ ଗିରଫ କରାଯାଇ ପାରିନାହିଁ ।

Leave A Reply

Your email address will not be published.