ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ଲରମ୍ଭା କଲେଜ ଓ ରବିଦାସ ଯୁବକ ସଂଘ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚରେ ଲରମ୍ଭା କଲେଜ ଓ ରବିଦାସ ଯୁବକ ସଂଘ ବିଜୟୀ ହୋଇଛନ୍ତି । ଆଜି ବିକାଶ ଷ୍ଟାଡିୟମରେ ମେଲଛମୁଣ୍ଡାର ଜୟ ହନୁମାନ କ୍ରିକେଟ କ୍ଲବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସୁରଜ୍ ବେହେରାଙ୍କ ୪୬ ରନ, ବେଲାଳସେନ୍ ପ୍ରଧାନଙ୍କ ୨୬ ରନ, ରତନ ଭୁଏଙ୍କ ୨୦ ରନ ଫଳରେ ଦଳ ୨୮.୩ ଓଭରରେ ୧୫୨ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପ୍ରତିପକ୍ଷ ଲରମ୍ଭା କଲେଜ ପକ୍ଷରୁ ବିଶାଳ ଅଗ୍ରୱାଲ ୩୦/୬, ଶଙ୍କର ରେଡ୍ଡୀ ୨୭/୨, ଚନ୍ଦନ ସାହୁ ୨୬/୨ ୱିକେଟ୍ ନେଇଥିଲେ । ଏହାର ଜବାବରେ ଲରମ୍ଭା ଦଳ ବ୍ୟାଟିଂ ଆରଂଭ କରି ହରିଶ ପାତ୍ରଙ୍କ ୩୯ ରନ, ଶଙ୍ଖ ଗଡତିଆଙ୍କ ୪୧ ରନ, ଶଶିକାନ୍ତ ମଲ୍ଲିକଙ୍କ ୨୭ ରନ, ବିଶାଳ ଅଗ୍ରୱାଲଙ୍କ ୧୮ ରନ ଫଳରେ ୨୪.୫ ଓଭରରେ ୧୫୩/୫ ରନ କରି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲେ । ମ୍ୟାଚ ପରିଚାଳନା କରିଥିଲେ ଭରତ ଚେତନ ପଣ୍ଡା ଓ ଶୁଭମ୍ ପାତ୍ର । ସ୍କୋରର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ଅନ୍ୟ ଏକ ମ୍ୟାଚରେ ରବିଦାସ ଯୁବକ ସଂଘ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅମ୍ବିତ୍ ମହାରଣାଙ୍କ ୯୪ ରନ, କୁବେର ମେହେରଙ୍କ ୩୪ ରନ, କିଶନ ଯାଦବଙ୍କ ୩୩ରନ, ତପେଶ୍ୱର୍ ବଗର୍ତ୍ତିଙ୍କ ୩୨ ରନ, ଦିଲ୍ଲୀପ ମେହେରଙ୍କ ୩୭ ରନ ଫଳରେ ସୁପର ଜିମ୍ନାସିଅମ୍ ବିରୁଦ୍ଧରେ ୪୪.୨ ଓଭରରେ ୩୧୦ ରନର ଏକ ବିଶାଳ ସ୍କୋର ଛିଡା କରାଇଥିଲେ । ପ୍ରତିପକ୍ଷ ସୁପର ଜିମ୍ନାସିଅମ୍ ଦଳର ଅଜୟ କର ୪୮/୩, ସେକ ହେୟାତ ୬୦/୨, ପ୍ରହଲ୍ଲାଦ ମେହେର ୮୦/୨, ସନ୍ଦୀପ ନାୟକ ୫୦/୧, ଦେବାଶିଷ ଦାଶ ୬୧/୧ ୱିକେଟ୍ ନେଇଥିଲେ । ଏହି ବିଶାଳ ରନକୁ ପିଛା କରି ସୁପର ଜିମ୍ନାସିଅମ୍ ଦଳ ସନ୍ଦୀପ ନାୟକଙ୍କ ୧୨୮ ରନ, ଅଜୟ କରଙ୍କ ୪୬ ରନ, ସଂସ୍କାର କୋଟାକଙ୍କ ୨୦ ରନ ଫଳରେ ୩୭.୨ ଓଭରରେ ୨୭୩ ରନ କରିବାକୁ ସକ୍ଷମ ହୋଇଥିଲେ । ମ୍ୟାଚକୁ ରବିଦାସ ଯୁବକ ସଂଘ ୩୭ ରନରେ ଜିତି ନେଇଥିଲେ । ଦଳର କିଶନ ଯାଦବ ୪୪/୩, ସନ୍ଦୀପ ପଟେଲ ୪୨/୨, ଦିଲ୍ଲୀପ ମେହେର ୪୮/୨, ସୁଲତାନ ଖାଁ ୮୭/୨, ରୋହିତ ସିଂ ୫୧/୧ ୱିକେଟ ନେଇଥିଲେ । ମ୍ୟାଚ ପରିଚାଳନା କରିଥିଲେ ପ୍ରଦୀପ ଦାଶ ଓ ଅକ୍ଷୟ ସାହାଣୀ । ସ୍କୋରର ଥିଲେ ମନୋଜ ପାତ୍ର ।

Leave A Reply

Your email address will not be published.