ପୂର୍ବତନ ମଣ୍ଡଳ ସଭାପତି ମଦନ ମୋହନ ପଟେଲ ହେଲେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ଜଗଦଲପୁର ପୂର୍ବତନ‌‌‌ ମଣ୍ଡଳ ସଭାପତି ମଦନମୋହନ ପଟେଲଙ୍କୁ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଆଜି ବିଧି ବଦ୍ଧ ଭାବରେ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ପୂର୍ବତନ ମଣ୍ଡଳ ସଭାପତି ଭାବେ ରହି ଅଞ୍ଚଳ ତୃଣମୂଳ ସ୍ତରରେ ସଂଗଠନକୁ ସଦୃଢ କରିବାରେ ଆଗଭର ହୋଇଛ‌ନ୍ତି । ସେ ଜଗଦଲପୁର ନିବାସୀ ଅଟନ୍ତି । ଜଣେ ଲୋକପ୍ରିୟ ହେତୁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ଵ ପାଇଥିବାରୁ ବରଗଡ଼ ସମେତ ପଦ୍ମପୁର ଉପଖଣ୍ଡର ପାଇକମାଳ ଝାରବ‌ନ୍ଧ ବ୍ଳକ ଅଞ୍ଚଳରେ ଆନ୍ଦନର ଲହରୀ ଖେଳିଯାଇଛି । ସେ ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ଵ ପାଇଁ ଥିବାରୁ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କୁ ଏବଂ ଦଳୀୟ କର୍ମି ତଥା ବରିଷ୍ଠ ନେତା ମାନଙ୍କୁ ଶ୍ରେୟ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟେଲଙ୍କୁ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଦାୟିତ୍ଵ ମିଳିଥିବାରୁ ପୁର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶ୍ରୀ ପଟେଲଙ୍କୁ ଅଭିନନ୍ଦନ ଜଣାଇଥିବା ସହ କୃଷକ ମାନଙ୍କ ବିକାଶ ଦିଗରେ କାମ କରିବାକୁ ପରାମର୍ଶ ଦେବା କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.