![oum](https://koshalaprabahalive.com/wp-content/uploads/2024/07/oum.jpg)
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁଳିରୁ କରଞ୍ଜିଆ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମାକ୍ସିମୋ ଗାଡି । ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । କରଞ୍ଜିଆ ମେଡିକାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଧିକ ତଦନ୍ତ କରୁଛି କରଞ୍ଜିଆ ପୋଲିସ ।