ls

ବଲାଙ୍ଗିର ଜିଲ୍ଲା ବିଜେପି.ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ମଣ୍ଡିରେ ପଡ଼ିଥିବା କୃଷକଙ୍କ ଧାନ ଓ ସୁକ୍‌ତେଲ୍‌ ସମସ୍ୟାକୁ ନେଇ ନିନ୍ଦା ପ୍ରସ୍ତାବ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସ୍ଥିତ ଭଗବତୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକଙ୍କର ହଜାର ହଜାର ବସ୍ତା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିଥିବା ବିଷୟ ଓ ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ସମସ୍ୟାକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ବୈଠକର ପ୍ରଥମ ଅଧିବେଶନରେ ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ସଂଗଠିତ ହୋଇ ଆଗାମୀ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତରେ ବୁଥ୍‌ ସ୍ତରରେ କାର୍ଯ୍ୟ କରିବା ଉପରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଜିଲ୍ଲାର ପୂର୍ବତନ ସଭାପତି ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସ, ଅଶୋକ ଦୋରା, ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗ ଦେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭାଜପା. ନେତା ଅମିତ ସିଂ ନିନା ଓ ଅନନ୍ତ ଦାସ ରାଜ୍ୟ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ବିଧାନସଭାରେ କୃଷି ମନ୍ତ୍ରୀ ବିବୃତ୍ତି ରଖିଥିଲେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ଏହି ବିଷୟକୁ ନେଇ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଲୋୟର୍‌ ସୁକ୍‌ତେଲ୍‌ ସମସ୍ୟା ଉପରେ ମଧ୍ୟ ଏଠାରେ ମତ ପ୍ରକାଶ ପାଇଥିଲା । ବାରମ୍ବାର ଓଡ଼ିଶା ସରକାରଙ୍କ ଲିଖିତ ପ୍ରତିଶ୍ରୁତି ସତ୍ୱେ ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରି ନଥିବା ବିଷୟ ବିଜେପି.ର ବଳିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ ଉଠାଇଥିଲେ । ଏହି ବୈଠକରେ ଭାଜପା ନେତା ମୁକେଶ ଜୈନ ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲଳିତ ନାୟକ, ସରୋଜ ତ୍ରିପାଠୀ, କୈଳାଶ ମେହେର ଓ ଗୋପୀନାଥ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଛି ।

ସେହିପରି ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ସଂଗଠନ ସାଧାରଣ ସଂପାଦକ ମାନସ ରଂଜନ ମହାନ୍ତି, ବଲାଙ୍ଗିର ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇ ବିଜେପି.ର ସଂଗଠନ ଓ ଗ୍ରାପ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ଉପରେ ମତପ୍ରକାଶ କରିଥିଲେ । ଏହାପରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୬ ଜଣ ଉପସଭାପତି ଯଥା ଶିସବାଲା ବାଗ, ରାକେଶ ମିଶ୍ର, ବନଶ୍ରୀ ଆଚାର୍ଯ୍ୟ, ଆରତୀ ଗୁରୁ, ଲେକୃ ତ୍ରିପାଠୀ, ଶୁଭାକର ମେହେର, ସୁପ୍ରିୟା ସୋନୀ ରହିଥିବା ବେଳେ ସାଧାରଣ ସଂପାଦକ ଭାବେ ୩ ଜଣ ଅମିତ ସିଂ ନିନା, ମୁକୋ ଜୈନ ଓ ଶ୍ରୀବତ୍ସ ବେହେରା ରହିଛନ୍ତି । ୬ ଜଣ ସଂପାଦକ ରମାକାନ୍ତ ପଧାନ, ମାନସ ମଂଜରୀ ପାଣିଗ୍ରାହୀ, ରସ୍ମିତା ଆଚାର୍ଯ୍ୟ, ଅନୀଲ କୁମାର ନାଏକ, ଭରତ କୁମାର ସାହୁ, କିରନ୍‌ ସି ପଣ୍ଡା, ଅଶୋକ ମିଶ୍ର, ମନୋଜ କୁମାର ପଟେଲ ଓ କାର୍ଯ୍ୟାଳୟ ସଂପାଦକ ଅଜୟ କୁମାର ଶର୍ମା ଓ ଜିଲ୍ଲା କୋଷାଧ୍ୟକ୍ଷ ଭାବରେ ପ୍ରଦୀପ କୁମାର ବଂସଲଙ୍କ ନାମ ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ଆଇଟି ସଂଯୋଜକ ସରୋଜ କୁମାର ଗୁରୁ, ସୋସିଆଲ ମିଡ଼ିଆ ରଶ୍ମିରେଖା ମିଶ୍ର, ମିଡ଼ିଆ ପ୍ରଭାରୀ ଦିନେଶ ଶର୍ମା ଓ ସଂଯୋଜକ ଆଲୋକ ନାଏକଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା । ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ଯୁବମୋର୍ଚ୍ଚା ସୁଶାନ୍ତ ଦାସ, କୃଷକ ମୋର୍ଚ୍ଚା ମାଧବ କୁମାର ସା, ପରୁଆ ବିଶି, ଲକ୍ଷ୍ମଣ ବାଗ, ହରିଜନ ମୋର୍ଚ୍ଚା ସୁନୀଲ କୁମାର ସେଠ, ଆଦିବାସୀ ମୋର୍ଚ୍ଚା ଦଇତାରୀ ଭୋଇ ଓ ଅଳ୍ପସଂଖ୍ୟାକ ଅମଜତ୍‌ ଖାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲା କମିଟିର ୬୩ ଜଣ ସଦସ୍ୟଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା । ଶେଷରେ ଅମିତ ସିଂ ନିନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.