ଲହଙ୍ଗେର ଗ୍ରାମରେ ଚୈତନ୍ୟ ସ୍ତମ୍ଭ ପ୍ରତିଷ୍ଠା ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଲହଙ୍ଗେର ଗ୍ରାମ ଠାରେ ବହୁ ପ୍ରତୀକ୍ଷିତ ଚୈତନ୍ୟ ସ୍ତମ୍ଭ ମହାଶିବରାତ୍ରୀ ଅବସରରେ ବହୁ ଉତ୍ସାହିତ ଉଦ୍ଦିପନା ମଧ୍ୟରେ ପ୍ରତିଷ୍ଠା ହୋଇଯାଇଛି । ଖଇରପାଲି ଜଣାଶୁଣା ରାଜମିସ୍ତ୍ରୀ ଅର୍ଜୁନ ଗିଙ୍ଗିରାଙ୍କ ତତ୍ବାବଧାନରେ ପ୍ରାରମ୍ଭ କାର୍ୟ୍ୟ ଶୁଭାରମ୍ଭ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ମହା ଶିବରାତ୍ରୀ ଠାରୁ ଦୀର୍ଘ ୩ ଦିନ ବ୍ୟାପୀ ଗ୍ରାମର ଶୈବପୀଠ ଶିଦ୍ଧେଶ୍ୱର ବାବାଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟପ୍ରହରୀରେ କର୍ତ୍ତା ଭାବେ ଗ୍ରାମର ଗୈାନ୍ତିଆ ଅଲେଖ ପ୍ରଧାନଙ୍କ ସହଧର୍ମିଣୀ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ ଏବଂ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନିରଞ୍ଜନ ପ୍ରଧାନଙ୍କ ସହଧର୍ମିଣୀ ଶ୍ରୀମତୀ ସୁନାକାନ୍ତୀ ପ୍ରଧାନ ଏବଂ ଗୋଲାପ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମମତା ପ୍ରଧାନ ଯୋଗଦେଇ କାର୍ୟ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇଥିଲେ । ପୂଜକ ଭାବେ ଗୋକୁଳାନନ୍ଦ ମହାପାତ୍ର ଯୋଗ ଦେଇ ଦୀର୍ଘ ତିନି ଦିନ ବ୍ୟାପୀ ପୂଜାର୍ଚ୍ଚନା କରିଥିଲେ । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଲହଙ୍ଗେର ଗ୍ରାମକୁ ପହଞ୍ଚି ଚୈତନ୍ୟ ସ୍ତମ୍ଭ ପ୍ରତିଷ୍ଠା ଉତ୍ସବ ସାମିଲ ହୋଇ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ । ଏହି କାର୍ୟ୍ୟକ୍ରମରେ ସମୁଦାୟ ୬ ଟି ନାମ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଚୈତନ୍ୟ ସ୍ତମ୍ଭ ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟ ପ୍ରହରୀ ନାମଯଜ୍ଞରେ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.