oom

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଡ. ପ୍ରଦୀପ କୁମାର ପଣ୍ଡା ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଲେ

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : ସୁନାମଧନ୍ୟ କବି ତଥା ସାହିତ୍ୟ ସ୍ରଷ୍ଟା ଡ଼. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସାକ୍ଷାତକାର ସଂପାନରେ ସେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଡ. ପଣ୍ଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ପ୍ରାଧ୍ୟାପକ ଭାବେ ଅବସର ନେଇଥିବା ବେଳେ ଫକୀରମୋହନ କଥାସାହିତ୍ୟ ସଂପର୍କରେ ଗବେଷଣା କରି ଡକ୍‌ଟରେଟ୍‌ ଉପାଧି ପାଇଛନ୍ତି । ବହୁ ଉପାଦେୟ ପୁସ୍ତକର ସଂପାଦନା ଦାୟିତ୍ୱ ଗ୍ରହଣ କରି ବେଶ୍‌ ସୁନାମ ଅର୍ଜନ କରିଥିବା ଡ. ପଣ୍ଡାଙ୍କ ଆଠଟି କବିତା ସଂକଳନ ଓଡ଼ିଶା ସାହିତ୍ୟ ପାଇଁ ଅମୂଲ୍ୟ ଦାନ ହୋଇରହିଛି । ଜଣେ ବଳିଷ୍ଠ କବି ଭାବରେ ସେ ଓଡ଼ିଆ କବିତା ଜଗତରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ତାଙ୍କ ଦ୍ୱାରା ସନ୍ଥକବି ଭୀମ ଭୋଇଙ୍କ ସଂପର୍କରେ ଆହୁରି ଗଠନମୂଳକ ଗବେଷଣା ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି । ତେବେ ସେ ମନୋନୀତ ହୋଇଥିବା ବିଶ୍ୱବିଦ୍ୟାଳୟର ସାକ୍ଷାତକାର ସଂପାନରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌. ନାଗାରାଜୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଦୀପକ ବେହେରା, ପ୍ରଫେସର କାଳୀଦାସ ମିଶ୍ର, ପ୍ରଫେସର କାମଦେବ ସାହୁ ବିଶେଷଜ୍ଞ ଭାବରେ ଯୋଗଦାନ କରିଥିଲେ । ଡ. ପ୍ରଦୀପ କୁମାର ପଣ୍ଡା ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେବା ପରେ ତାଙ୍କ ଶୁଭେଚ୍ଛୁମାନଙ୍କ ଗହଣରେ ଖୁସିର ଲହରି ଖେଳି ଯାଇଛି ।

jittmm
Leave A Reply

Your email address will not be published.