ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି

ୱାଶିଂଟନ୍ : ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି । ସମ୍ପ୍ରତି ଚୀନ୍ ପାଖରେ ଯେତିକି ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଅଛି, ଆମେରିକା ପାଖରେ ମଧ୍ୟ ନାହିିଁ । ଏହା ଏକ ଭିନ୍ନ କଥା ଯେ, ଚୀନ୍ ନୌସେନାରେ ଏତେ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଥାଇ ବି ସେମାନଙ୍କର ଅଗ୍ନି ଶକ୍ତି ଏବଂ ଯୁଦ୍ଧ କ୍ଷମତା ବି‌ଶ୍ୱର ଅନେକ ଦେଶ ତୁଳନାରେ ବହୁତ କମ୍ ଅଟେ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଭାଷଣରେ ଅନେକ ଥର ଦାବୀ କରିଛନ୍ତି ଯେ, ତାଙ୍କର ସାମରିକ ଉଦ୍ଦେଶ୍ୟ ଏକ ଦେଶ ଉପରେ ଆକ୍ରମଣ ନୁହେଁ । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଚୀନ୍ କାହିଁକି ନିଜର ନୌବାହିନୀକୁ ଏତେ ଦ୍ରୁତ ଗତିରେ ବୃଦ୍ଧି କରୁଛି ? କୁହାଯାଉଛି ଯେ, ମାଓତ୍‌ସେ ତୁଙ୍ଗଙ୍କ ପରେ ଚୀନ୍‌ର ଦ୍ୱିତୀୟ ଶକ୍ତିଶାଳୀ ନେତା ହୋଇଥିବା ସି ଜିନପିଙ୍ଗ ଚୀନ୍ ନୌସେନାକୁ ଏକ ଏପରି ଶକ୍ତି ଯୋଗାଇବାକୁ ଯାଉଛନ୍ତି, ଯାହା ବିଶ୍ୱର ସାତ ମହାସାଗରରେ ଚୀନ୍‌ର ମହାନତା ଏବଂ ଶକ୍ତି ପ୍ରଦର୍ଶନ କରିବ ।

Leave A Reply

Your email address will not be published.