ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠରେ ୩୫ତମ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସମସ୍ତ କୋଭିଡ କଟକଣାକୁ ପାଳନ କରି ପ୍ରତିଯୋଗିତା ଓ ସଭା ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିବାକର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୋବେଲ ପୁରସ୍କାର ପ୍ରାପ୍ତ ଏସିଆର ପ୍ରଥମ ବୈଜ୍ଞାନିକ ସାର୍ ଚନ୍ଦ୍ର ଶେଖର ଭେଙ୍କଟରମଣଙ୍କ ଆଲୋଚନା ବିଚ୍ଛୁରଣ ତତ୍ୱଉପରେ ଆଲୋଚନା ହୋଇଥିଲା । ଏ ବର୍ଷର ବିଷୟବସ୍ତୁ ଭବିଷ୍ୟତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ବୈଷୟିକ ଜ୍ଞାନ କୌଶଳ ଓ କାର୍ୟ୍ୟ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ସଭା କାର୍ୟ୍ୟକୁ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ହିନାରାଣୀ ମାଝୀ, ଆୟଶାରାଣୀ ସାହୁ, ନିକିତା ଦାଶଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପଙ୍କଜିନି ଭୋଇ, ଅନିତା ସାହୁ, ଲିଭାଶ୍ରୀ ସାହୁ, ବଳରାମ ଡାକୁଆ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଧୋବା ମାହାର, କୁଳଥିଆ ହରିଜନ, ସନ୍ତୋଷ ରଣା ପ୍ରମୁଖ ସହଯୋଗ କରିଥିଲେ ।