csstore

ଗଇଁନ୍ତଲା ବିଏସ୍‌ଏସ୍‌.ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପୁଇଁନ୍ତଲା, (ଶ‌ମ୍ଭୁନାଥ ସାହୁ) : ଆମ ଦୈନନ୍ଦିନ ଜୀବନରେ ବିଜ୍ଞାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସମାଜକୁ ବାର୍ତ୍ତା ଦେବା ଏବଂ ବୈଜ୍ଞାନିକ ମନୋଭାବ ଜାଗ୍ରତ କରିବା ସଂଗେ ସଂଗେ ଛାତ୍ରଛାତ୍ରୀମାନଙ୍କୁ ନୂତନତ୍ୱର ସଂଧାନ ତଥା ନବୋନ୍ମେଷ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଗଇଁନ୍ତଲା ବିଏସ୍‌ଏସ୍‌.ରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷର ବିଷୟ ବସ୍ତୁ ‘ବିଜ୍ଞାନ, ଔଦ୍ୟୋଗିକୀ ଓ ନବପ୍ରବର୍ତ୍ତନର ଭବିଷ୍ୟତ : ଶିକ୍ଷା, କଳା କୌଶଳ ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ’ ସଂପର୍କରେ ବିହଙ୍ଗାବଲୋକନ କରିଥିଲେ ଡ. ବି.ଏନ୍‌.ଶ୍ରୀକାନ୍ତ । ଏଥିରେ ସହଯୋଗ କରିଥିଲେ ଅନ୍ୟତମ ସାଧନକର୍ମୀ ସୌମ୍ୟରଂଜନ ଦ୍ୱାରୀ ପ୍ରମୁଖ । ଏହି ଉପଲକ୍ଷେ କୋଷର ଅଙ୍ଗିକାମାନ ଚିହ୍ନଟ ଅଣୁବିକ୍ଷଣ ସାହାଯ୍ୟରେ ଓ ଓରିଗାମୀ ଡିଏନ୍‌ଏ ମଡେ଼ଲ୍‌ ପ୍ରସ୍ତୁତି ଛାତ୍ରଛାତ୍ରୀମାନେ କରିଥିଲେ ।

jayashree
Leave A Reply

Your email address will not be published.