ନୃଶଂସ ହତ୍ୟାକା‌ଣ୍ଡ : ସ୍ୱାମୀର ଲାଠିମାଡ଼ରେ ସ୍ତ୍ରୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମଭି-୭୯ ଥାନା ଅନ୍ତର୍ଗତ ରାଜୁଳକୁଣ୍ଡା ଗ୍ରାମରେ ଏକ ନୃଶଂସ ହତ୍ୟାକ‌ଣ୍ଡ ଘଟିଛି ବୋଲି ଖବର ମଳିଛି । ସ୍ୱାମୀ ସୋମା କବାସୀ ନିଜ ସ୍ତ୍ରୀ ଇର୍ମେ କବାସୀକୁ କୌଣସି କାରଣରୁ ଶନିବାର ସକାଳ ୭ଟା ବେଳେ ଲାଠିରେ ଆକ୍ରମଣ କରିଥିଲା । ଫଳରେ ଘଟଣା‌ସ୍ଥଳରେ ସ୍ତ୍ରୀ ଇର୍ମେ କବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମା କବାସୀ ଫେରାର ହୋଇଯାଇଥିଲା । ତେବେ ଇର୍ମେର ଭାଇ ଏ ସମ୍ପର୍କରେ ଏମଭି-୭୯ ଥାନାରେ ଅଭିଯୋଗ କଲାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତ ସୋମାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.