କରୁଆଁଝର ଆଜାଦ କ୍ରିକେଟ କ୍ଲବର ରଜତ ଜୟନ୍ତୀ ଅବସରରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ଫାଇନାଲରେ ପହଞ୍ଚିଲା ଡଙ୍ଗରପଡ଼ା ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : କରୁଆଁଝର ଆଜାଦ କ୍ରିକେଟ ବ୍ଲକର ରୌପ୍ୟ ଜୟନ୍ତୀ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡିଆରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସାରସବାହାଲ୍ ପ୍ରଥମେ ବ୍ୟାଟିଂ କରି ୯୩ରନ୍ କରିଥିବା ବେଳେ ବିପକ୍ଷ ଦଳ କରୁଆଁଝର ଆଜାଦ ଓଲ୍ଡ ଦଳ ୫୯ରନ୍ କରି ପରାଜିତ ହୋଇଥିଲା । ‌ଦ୍ୱିତୀୟ ଲିଗ୍ ମ୍ୟାଚରେ ମୁରସିଂହ ଦଳ ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୫୭ରନ୍ କରିଥିବା ବେଳେ ବାଞ୍ଜିବାହାଳୀ ଦଳ ନିର୍ଦ୍ଧାରିତ ଓଭରର ୨ବଲ ପୂର୍ବରୁ ବିଜୟୀ ହୋଇଥିଲା । ତୃତୀୟ ଲିଗ୍ ମ୍ୟାଚରେ ଡଙ୍ଗରପଡ଼ା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୫୮ରନ୍ କରିଥିବା ବେଳେ ବଡବନ୍ଧ ଦଳ ସମସ୍ତ ୱିକେଟ ହରାଇ ୨୫ରନ୍ କରି ପରାଜୟ ବରଣ କରିଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ବାଞ୍ଜିବାହାଳୀ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୮ଓଭରରେ ୫୯ରନ୍ କରିଥିବା ବେଳେ ବିପକ୍ଷ ଡଙ୍ଗରପଡ଼ା ଦଳ ୭.୫ଓଭରରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି ।

Leave A Reply

Your email address will not be published.