oom

ଶ୍ରମିକ କର୍ମଚାରୀ ମହାସଂଘର ଦାୟିତ୍ୱ ଗ୍ରହଣ କଲେ ଦୀପକ ନାୟକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଜାନୁଆରୀ ୧୭ ତାରିଖ ଦିନ ବିଶିଷ୍ଠ ସମାଜସେବୀ ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ଦେହାନ୍ତ ହୋଇଥିଲା । ଶ୍ରୀ ନାୟକଙ୍କ ଦ୍ୱାରା ଶତାଧିକ ସଂଗଠନକୁ ନେଇ ଶ୍ରମିକ କର୍ମଚାରୀ ମହାସଂଘ ଗଠିତ ହୋଇଥିଲା । ଆଜି ତାଙ୍କ ପୁତୁରା ଦୀପକ ନାୟକ ମହାସଂଘର ଦାଇତ୍ୱ ଗ୍ରହଣ କରିଛନ୍ତି ।
ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ ମହାସଂଘର ସହ ଅଧ୍ୟକ୍ଷ ରତନ ମହାରଣା, ଉପସଭାପତି ପ୍ରଭାକର ମିଶ୍ର, ସମ୍ପାଦକ ବିନୋଦ ଦାସ, ଦୀପକ ନାୟକ ମଂଚାସୀନ ଥିଲେ । ସୋମନାଥ ମିଶ୍ର ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ଯଥା ମ୍ୟୁନସିପାଲିଟି କର୍ମଚାରୀ ସଂଘ, ସିଡବ୍ଲ୍ୟୁସି ମଜଦୁର ସଂଘ (ବଲାଙ୍ଗିର, ସୋନପୁର), ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ଫଳ ମାର୍କେଟ ଠେଲା ଆସୋସିଏସନ, ପଶ୍ଚିମ ଓଡିଶା ପୁରାଣ ପଣ୍ଡା ମହାସଂଘ, ରିକ୍ସା ଚାଳକ ସଂଘ, ଏଞ୍ଜାଇମ ବିଦ୍ୟୁତ କର୍ମଚାରୀ ସଂଘ, ମିଟର ରିଡର ସଂଘ, ଗ୍ରାମ୍ୟ ସ୍ୱରାଜ ବିକାଶ ସମିତି, ମେଡିକାଲ କଲେଜ ଠିକା କର୍ମଚାରୀ ସଂଘ, କାରପେଣ୍ଟର କର୍ମଚାରୀ ସଂଘ, ଲଳିତ ନଗର ଆଦିର ତାଙ୍କ ପୁତୁରା ଦୀପକ ନାୟକ ଦାଇତ୍ୱ ଗ୍ରହଣ କରିଛନ୍ତି ।

ପରେ ଗୋପାଲଜୀ ପାଣିଗ୍ରାହୀ, ପ୍ରଭାସ ପାଣିଗ୍ରାହୀ, ମୋହନ ଅଗ୍ରୱାଲ, ସାମ୍ବାଦିକ ସତ୍ୟ ବେହେରା, ବୀରେନ୍ଦ୍ର ଝାଙ୍କର, ମନୋରଞ୍ଜନ ଯୋଶୀ, ବିଶ୍ୱଜିତ ଦାସ, କିଶୋର ରଥ, ଭବାନୀ ଶତପଥି, ଅଶୋକ ରାଉତ, ବିବେକ ପଟେଲ, ବିନୋଦ କାଳସାଏ, ଉଦିତ ପଣ୍ଡା, ଜୟନ୍ତ ମହାନ୍ତି, ମନୋଜ ଦୀପ, ଅଙ୍କୁଶ ପାଣ୍ଡିଆ, ଦିଲୀପ ମହନ୍ତ, ରୋହିତ ସାହୁ, ରଞ୍ଜନ ଦୀପ, ନୂଆକର ସେଠ ଶ୍ରୀ ନାୟକଙ୍କ ସୃତିରେ ତାଙ୍କ ବକ୍ତବ୍ୟ ରଖିଥିଲେ । ପରେ ବିଭିନ୍ନ ଅନୁଷ୍ଠାନ ଯଥା ମାରୱାଡି ସମ୍ମେଳନ, ଠିକାଦାର ସଂଘ, ସରକାରି ଆଇଟିଆଇ କର୍ମଚାରୀ ସଂଘ, କେବିକେ ଆଇଟିଆଇ କର୍ମଚାରୀ ସଂଘ, ମାହେଶ୍ୱରୀ, ସଂଘ ଅଗ୍ରଗାମୀ, ନଟରାଜ କଲାପରିଷଦ, ଶ୍ରମିକ ମଙ୍ଗଳ ଭବନ, ପିକେ ଆସୋସିଏସନ, ଶାନ୍ତପୂର ବାସୀଙ୍କ ତରଫରୁ ଶ୍ରୀ ନାୟକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଅନୁଷ୍ଠାନର କର୍ମକର୍ତା ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ । ଶେଷରେ କିଶୋର ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.