ଆସନ୍ତା ୨୭ ତାରିଖ ଠାରୁ ‘ଇଣ୍ଡିଆ ଟୟେ ଫେୟାର୍‍-୨୦୨୧’ : ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖ (ଶନିବାର) ଠାରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଭାରତରେ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ (ଭାରତୀୟ ଖେଳଣା ମେଳା-୨୦୨୧) ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ (ଭାରତୀୟ ଖେଳଣା ମେଳା)କୁ ଶନିବାର ଦିନ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ । ଏକ ଶିଶୁର ମାନସିକ ବିକାଶରେ ଖେଳନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍‍ କି ବାତ୍‍ କାର୍ୟ୍ୟକ୍ରମରେ ଏହି ଟୟେ ଫେୟାର୍‍ ବିଷୟରେ ଉଲ୍ଲେଖ କରିଥିଲେ । ଛୋଟ ଶିଶୁମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ମୁତାବକ ଏହି ‘ଟୟେ ଫେୟାର୍‍’ର ଆୟୋଜନ କରାଯାଉଛି । ଦେଶରେ ଖେଳନା ଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ଓ ବିଦେଶୀ ବଜାରରେ ଏଗୁଡ଼ିକର ଚାହିଦା ବୃଦ୍ଧି ଲକ୍ଷ୍ୟରେ ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ ‘ଇଣ୍ଡିଆ ଟଏ ଫେୟାର- ୨୦୨୧’ ଅନୁଷ୍ଠିତ ହେବ ।

Leave A Reply

Your email address will not be published.