ଏକ୍‌ସନ୍‌ ମୁଡ଼୍‌ରେ ଜୋ’ ବାଇଡେନ : ସିରିଆରେ ଇରାନ ସମର୍ଥିତ ମିଲିସିଆ ଉପରେ ଆମେରିକୀୟ ବିମାନଗୁଡ଼ିକର ବୋମା ବର୍ଷଣ

ଦମିସ୍କ : ଭୟଙ୍କର ଆକ୍ରମଣରେ ଆମେରିକା ସିରିଆର ଇରାନ ସମର୍ଥିତ ମିଲିସିଆ ବେସ୍‌କୁ ଧ୍ୱଂସ କରିଦେଇଛି । କୁହାଯାଉଛି ଯେ, ଏହି ମିଲିସିଆ ଗୋଷ୍ଠୀ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ଆକ୍ରମଣ କରିଥିଲେ । ରକେଟ୍ ଆକ୍ରମଣରେ ଆମେରିକୀୟ ସୈନିକ ଆହତ ହୋଇଥିଲେ ଏବଂ ଜଣେ କଣ୍ଟ୍ରାକ୍ଟରଙ୍କର ମୃତ୍ୟୁ ଘଟିଥିଲା । ସୁପର ପାୱାର ଆମେରିକାର ରାଷ୍ଟ୍ରପତି ହେବାର ଏକ ମାସ ପରେ ଜୋ ବାଇଡେନ ଏୟାର ଷ୍ଟ୍ରାଇକ କରି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ବୋଲି ବିଶ୍ୱାସ କରାଯାଏ । କୁହାଯାଉଛି ଯେ, ରକେଟ୍ ଆକ୍ରମଣର ଜବାବରେ ଆମେରିକା ହୁଏତ ଏହି ଏୟାର ଷ୍ଟ୍ରାଇକ୍ କରିଥାଇପାରେ, କିନ୍ତୁ ଏହାର ପରିସର ସୀମିତ ରଖିଛି ଯାହା ଦ୍‌ଦ୍ୱାରା ଉତ୍ତେଜନା ବୃଦ୍ଧି ପାଇବ ନାହିଁ । ଏଥିସହ ଇରାକ ସରକାରଙ୍କୁ ରିଲିଫ ଦେବା ପାଇଁ ସିରିଆରେ ଏହି ଆକ୍ରମଣ କରାଯାଇଛି, ଯାହା ଫେବୃଆରୀ ୧୫ ରେ ରକେଟ୍ ଆକ୍ରମଣର ଅନୁସନ୍ଧାନ କରୁଛି । ଏହି ବାୟୁ ଆକ୍ରମଣ ବାଇଡେନ ପ୍ରଶାସନର ପ୍ରଥମ ସାମରିକ କାର୍ୟ୍ୟ ।

Leave A Reply

Your email address will not be published.