ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା : ରାସ୍ତାରୁ ହଟିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନ, ପଦ୍ମପୁର ତରଫରୁ ଦୀର୍ଘ ଏଗାର ଦିନ ହେବ ଟ୍ରାକ୍ଟର ବୋଝେଇ ଧାନ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ରଖି କୋୖଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ରତ ଚାଷୀମାନେ ପଦ୍ମପୁର ବରଗଡ଼ ମୁଖ୍ୟ ରାସ୍ତା କନସିଙ୍ଗା ଛକଠାରେ ରାସ୍ତା ଅବରୋଧ କରିଥିଲେ । ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାନ କିଣିବା ନେଇ ସରକାରଙ୍କୁ ଦାବୀ ରଖି ଆନ୍ଦୋଳନରେ ଥିବା ଚାଷୀଙ୍କ ନିକଟକୁ ଉପଜିଲ୍ଲାପାଳ ପଦ୍ମପୁର ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ପଦ୍ମପୁର ପହଞ୍ଚି ଆଲୋଚନା କରି ଚାଷୀମାନଙ୍କ ରାସ୍ତାରୋକ ଆନ୍ଦୋଳନକୁ ପ୍ରତ୍ୟାହୃତ ପାଇଁ ଅନୁରୋଧ କରିଥିଲେ । ବରଗଡ଼ ଜିଲ୍ଲାପାଳଙ୍କ ପତ୍ର ମାଧ୍ୟମରେ ସୂଚନା ଅନୁସାରେ ଏକ ଲକ୍ଷ ତେୟାନବେ ହଜାର କ୍ବିଣ୍ଟାଲ ଧାନର ଟାର୍ଗେଟ ରହିଛି । ଏବଂ ଅଚଳ ଟୋକନକୁ ପୁନଃ ଜାରିକରି ଯଥା ଶୀଘ୍ର ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । କୃଷକ ସଂଗଠନ ତରଫରୁ ରାସ୍ତା ରୋକକୁ ପ୍ରତ୍ୟାହୃତ କରାଗଲା । କିନ୍ତୁ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପୂର୍ବବତ ଧାରଣ ଜାରି ରହିବ । ଯଦି ଆଗାମୀ ଚାରି ତାରିଖ ଦିନ ସୁଦ୍ଧା ଧାନ କିଣାନଗଲେ ପାଞ୍ଚ ତାରିଖ ଦିନ ଏକ ଭୟଙ୍କର ଆନ୍ଦୋଳନ କରାଯିବ । ଯାହା ପଦ୍ମପୁରର ଇତିହାସରେ ଲେଖାଯିବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ଦୃଢ଼ ଚେତାବନୀ ଦେଇଛି ।

Leave A Reply

Your email address will not be published.

error: Content is protected !!