csstore

ନିଆରା ବାହାଘର

ଦେଓଗାଁ, (ମନୀଷ କୁମାର ସାହୁ) : ବିବାହ ଦିନ ରକ୍ତଦାନ ଶିବିର କରିବାକୁ ଇଚ୍ଛା କରିଥିଲେ ଦେଓଗାଁ ବ୍ଲକ ରାଏପାଲି ଗାଁର ସଞ୍ଜୟ ମିଶ୍ର । ତାଙ୍କର ଇଚ୍ଛା ପୂରଣ କରି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ରାଏପାଲିରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଅବସରରେ ଵିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭାପତି ସୋମନାଥ ମିଶ୍ର ଓ ସଂପାଦକ ବିବେକାନନ୍ଦ ପଟେଲ, ବିପିନ ମହାରଣା ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରକୁ ସରୋଜ ମହାକୁର ସଂଯୋଜନା କରିଥିଲେ ।

ବିଶିଷ୍ଟ ସମାଜସେବୀ ଲଳିତ ଦା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୋଇଥିବା ଏହି ରକ୍ତଦାନ ଶିବିର ଦେଓଗାଁ ବ୍ଲକ ବୀଙ୍ଗ ହ୍ୟୁମାନ ଫାଉଣ୍ଡେସନର ଗୌରହରି ସାହୁ(ସୁନ୍ଦର), ନିତ୍ୟାନନ୍ଦ ଷଡ଼ଙ୍ଗୀ, ମନୀଷ ସାହୁ, ଅବନୀ ସାହୁ, ଆର୍ତ୍ତ ଘିବେଲ, ଦୀପକ କରନ ଭୋଜରାଜ୍ ଭୋଇ, ମଣ୍ଟୁ କରନଙ୍କ ତତ୍ତ୍ଵାବଧାନରେ ରକ୍ତଦାନ ଶିବିରରେ ବିବାହ କରିଥିବା ସଞ୍ଜୟଙ୍କ ସହ ୨୧ଜଣ ରକ୍ତଦାନ କରିଥିଲେ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ରକ୍ତ ବିଭାଗର ଡ. ଦୀପକ ରଂଜନ ସେନ୍, ଶେଖ୍ ଅସରଫ, କେଶବ ଷାଣ୍ଡ, ଅଜିତ ସାହୁ, ସୁଶିଲ ସାହୁ ଯୋଗ ଦେଇ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.